ଆତଙ୍କବାଦୀଙ୍କୁ ଗୋଡାଇ ଗୋଡାଇ ମାରୁଛି ଭାରତୀୟ ସେନା ! କୁଲଗାଓଁ ଏନକାଉଣ୍ଟରରେ ୫ ଆତଙ୍କୀ ନିହତ ।

32

ଜାମ୍ମୁ କାଶ୍ମୀର କୁଲଗାଓଁରେ ଏନକାଉଣ୍ଟର । ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟରେ ୫ ଜଣ ଆତଙ୍କବାଦୀ ନିପାତ ହୋଇଛନ୍ତି । ସୂଚନା ଅନୁଯାୟୀ କୁଲଗାଓଁ ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନା ପକ୍ଷରୁ ସର୍ଚ୍ଚ ଅପରେସନ କରାଯାଇଥିଲା । ଶ୍ରୀନଗରର ଚୌଗମ, କାଜିଗୁଂଡ଼ ଅଂଚଳରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳିବନିନିମୟ ହୋଇଥିଲା ।

ଏହି ଗୁଳିବିନିମୟରେ ୫ ଆତଙ୍କବାଦୀ ନିପାତ ହୋଇଛନ୍ତି । ତେବେ ଅଧିକ ଆତଙ୍କୀ ଥିବା ସନ୍ଦେହରେ ସ୍ଥାନୀୟ ଅଂଚଳକୁ ସେନା ପକ୍ଷରୁ ଘେରାବନ୍ଦୀ କରାଯାଇ ସର୍ଚ୍ଚ ଅପରେସନ ଜାରି ରହିଛି । ଏହାସହ ପରିସ୍ଥିତିକୁ ଦୃଷ୍ଟିରେ ରଖି ବାରମୁଲା କାଜିଗୁଣ୍ଡ ମଧ୍ୟରେ ଟ୍ରେନ୍ ଚଳାଚଳକୁ ବାତିଲ କରି ଦିଆଯାଇଛି । ତେବେ ସବୁଠାରୁ ବଡ କଥା ହେଉଛି ଗତ ୭୨ ଘଣ୍ଟା ମଧ୍ୟରେ ମୋଟ ୧୫ ଜଣ ଆତଙ୍କବାଦୀ ନିପାତ ହୋଇଥିବା ଜଣାପଡ଼ିଛି।