କନକ ବ୍ୟୁରୋ : କଟକରେ ପୁଣି ଏନକାଉଁଟର । ସଦର ଥାନା ଗୋପାଳପୁର ବଢେଇ ସାହିରେ ହୋଇଛି ଏନକାଉଁଟର । ଏନକାଉଁଟରରେ ଦୁର୍ଦ୍ଦାନ୍ତ ଅପରାଧି ବୁଦ୍ଧିଆ ନାହାକ ଆହତ ହୋଇଛି । ବୁଦ୍ଧିଆର ଜଙ୍ଘରେ ଗୁଳିବାଜିଛି । ତାକୁ ଏସସିବିରେ ଭର୍ତି କରାଯାଇଛି । ବୁଦ୍ଧିଆ ନିକଟରୁ ୨ଟି ବନ୍ଧୁକ ଓ ୧୭ ରାଉଣ୍ଡ ଗୁଳି ଓ ୩ଟି ମୋବାଇଲ ଜବତ ହୋଇଛି ।
Kanak News is now on WhatsApp
Join and get latest news updates delivered to you via WhatsApp
ନୟାଗଡ ପୋଲିସର ମୋଷ୍ଟ ୱାଂଟେଡ ତାଲିକାରେ ଥିଲା ବୁଦ୍ଧିଆ ନାହାକ । ଏହା ସହ ବୁଦ୍ଧିଆ ନାଁରେ ବିଭିନ୍ନ ଜିଲ୍ଲାରେ ୩୨ଟି ମାମଲା ରହିଥିବା ଜଣାପଡିଛି । ପୂର୍ବରୁ ସେ ପୋଲିସ ଉପରକୁ ମଧ୍ୟ ବୋମା ମାଡ କରିଥିଲା ବୋଲି ସୂଚନା ମିଳିଛି ।