ଆସାମ ରାଇଫଲସ ଟ୍ରୁପ ଉପରେ ଆକ୍ରମଣ: ୨ ଜଣ ଯବାନ ସହିଦ ସୂଚନା

32

କନକ ବ୍ୟୁରୋ: ସନ୍ଦିଗ୍ଧ ଚରମପନ୍ଥୀ ଆସମାର ତିନିସୁକିଆ ଜିଲ୍ଲାରେ ଆସାମ ରାଇଫଲସ ଟ୍ରୁପ ଉପରେ ଆକ୍ରମଣ କରିଛନ୍ତି । ଏଥିରେ ୨ ଜଣ ଯବାନ ସହିଦ ହୋଇଥିବା ସୂଚନା ମିଳିଛି । ସେହିପରି ଯବାନଙ୍କ ପାଲଟା ଆକ୍ରମଣରେ ୨ ଜଣ ଚରମପନ୍ଥୀଙ୍କ ମୃତ୍ୟୁ ହୋଇଛି ।

ତିନିସୁକିଆ ଜିଲ୍ଲା ଜାଗୁନ ନିକଟ ଜୟରାମପୁରାଠାରେ ଆସାମ ରାଇଫଲ୍ସ ଯବାନଙ୍କ ଉପରେ ୟୁ.ଏନ.ଏଲ.ଏଫ.ବି.ଡବ୍ଲୁର ସଦସ୍ୟମାନେ ଆକ୍ରମଣ କରିଥିବା ଜଣାପଡିଛି ।