ବାଲେଶ୍ୱର : ଗୁଣି ଗାରେଡି ସଂନ୍ଦେହରେ ଗାଁ ଲୋକଙ୍କ ଆକ୍ରମଣର ଶିକାର ହେଲେ ମା, ଝିଅ

39

କନକ ବ୍ୟୁରୋ : ଗୁଣି ଗାରେଡି ସଂନ୍ଦେହରେ ଗାଁ ଲୋକଙ୍କ ଆକ୍ରମଣର ଶିକାର ହେଲେ ମା, ଝିଅ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକର ଉଡ଼ାପଡ଼ା ଗାଁରେ । ଗତକାଲି ରାତିରେ ବିଧବା ମହିଳା ରତ୍ନମଣି ତାଙ୍କ ଝିଅ ରଶ୍ମିତା ମିଶି ଗୁଣିଆ ଦୈତାରୀ ମହାଳିକାଙ୍କ ସହିତ ଘରେ ପୂଜାର୍ଚ୍ଚନା କରୁଥିଲେ । ଯାହାକୁ ଗାଁଲୋକ ବିରୋଧ କରିବା ସହ ପାଟିତୁଣ୍ଡ କରିଥିଲେ । ଏସବୁ ଦେଖି ଗୁଣିଆ ଦୈତାରୀ ମହାଳିକା ଘଟଣା ସ୍ଥାନରୁ ଖସି ପଳାଇଥିଲା । ହେଲେ ଗାଁ ଲୋକଙ୍କର ଶିକାର ହୋଇଥିଲେ ମା, ଝିଅ । ମା ଝିଅଙ୍କୁ ଗ୍ରାମବାସୀ ଅଟକ ରଖିଥିଲେ । ଆଜି ସକାଳୁ ଘଟଣା ସ୍ଥଳରେ ପୋଲିସ ପହଂଚି ମା ଝିଅଙ୍କୁ ଉଦ୍ଧାର କରିଛି । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଉତ୍ତେଜନା ଦେଖାଦେଇଛି ।