ନିଯୁକ୍ତି ମେଳା ବାତିଲ ହେବାର ୨ବର୍ଷ ପରେ ଟଙ୍କା ଫେରାଇବେ ସରକାର

19

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍ : ନିଯୁକ୍ତି ମେଳା ବାତିଲ ହେବାର ୨ ବର୍ଷ ପରେ ଟଙ୍କା ଫେରାଇବେ ସରକାର । ନିଯୁକ୍ତି ମେଳା ପାଇଁ ଟଙ୍କା ଜମାକରିଥିବା ଆଶାୟୀଙ୍କୁ ଟଙ୍କା ଫେରାଇବା ପଦକ୍ଷେପ ନେଇଛି ଦକ୍ଷତା ବିକାଶ ଏବଂ ବୈଷୟିକ ଶିକ୍ଷା ବିଭାଗ । ଚାକିରି ଆଶାରେ ନିଯୁକ୍ତି ମେଳାରେ ଶହେ ଟଙ୍କା ଲେଖାଏଁ ବାନ୍ଧିଥିବା ଆଶାୟୀମାନେ ବିପିୟୁଟି ୱେବସାଇଟ ଜରିଆରେ ଟଙ୍କା ଫେରି ପାଇବା ପାଇଁ ଆବେଦନ କରି ପାରିବେ । ନିଜର ନାଁ ଠିକଣା, ମେଲ ଏବଂ ଆକାଉଂଟ୍ ସଂପର୍କିତ ତଥ୍ୟ ଦେଇ ଟଙ୍କା ଫେରିପାଇବା ପାଇଁ ଆବେଦନ କରି ପାରିବେ । ୨୦୧୪ ମସିହାରେ ବୈଷୟିକ ଶିକ୍ଷା ହାସଲ କରିଥିବା ରାଜ୍ୟର ପ୍ରାୟ ୪୦ ହଜାର ପିଲାଙ୍କୁ ନିଯୁକ୍ତି ଦେବା ପାଇଁ ନିଯୁକ୍ତି ମେଳାର ଆୟୋଜନ କରିଥିଲେ । ମାତ୍ର କୌଣସି କଂପାନୀ ନିଯୁକ୍ତି ଦେବା ନେଇ ଆଗ୍ରହ ପ୍ରକାଶ ନକରିବାରୁ ଏହି ମେଳାକୁ ବାତିଲ୍ କରିଥିଲେ ରାଜ୍ୟ ସରକାର । ପ୍ରାୟ ୩ଶହ କଂପାନୀକୁ ଏହି ମେଳାରେ ନିମନ୍ତ୍ରଣ ଦେଇଥିଲେ ସୁଦ୍ଧା କୌଣସି କଂପାନୀ ଆଗ୍ରହ ପ୍ରକାଶ କରିନଥିଲେ । ଫଳରେ ନିଯୁକ୍ତି ମେଳାକୁ ବାତିଲ କରିଥିଲେ ।