ଦୁନିଆର ସବୁଠାରୁ ବଡ କମ୍ପାନୀ ‘ଆପଲ୍’ ତା’ କର୍ମଚାରୀଙ୍କ ପାଇଁ ଆଣିଛି ଏହି ନୂଆ ବ୍ୟବସ୍ଥା : ଏଥିପାଇଁ ଖର୍ଚ୍ଚ କରିଛି ୧.୬୯ ଲକ୍ଷ ଟଙ୍କା , ଜାଣନ୍ତୁ କ’ଣ

36

ଯଦି ଆପଣ ଅଫିସ୍ ଯାଆନ୍ତି, ତେବେ ଆପଣ ନିଜର ସବୁ କାମ ଚୈାକିରେ ବସି କରନ୍ତି । ବହୁତ କମ୍ ହିଁ ଏମିତି ହେଉଥିବ କି ଆପଣଙ୍କୁ ଛିଡା ହୋଇ କି ନିଜ କାମ କରିବାକୁ ପଡୁଥିବ । କିନ୍ତୁ ଦୁନିଆର ସବୁଠାରୁ ବଡ ଟେକନେଲୋଜି କମ୍ପାନୀ ଆପଲ୍ ନିଜ କର୍ମଚାରୀଙ୍କୁ ଏବେ ଛିଡା ହୋଇ କାମ କରିବା ପାଇଁ ପରାମର୍ଶ ଦେଇଛି । ଏହା ପାଇଁ କମ୍ପାନୀ କର୍ମଚାରୀଙ୍କ ପାଇଁ ଷ୍ଟାଣ୍ଡିଙ୍ଗ ଡେସ୍କ ନିର୍ମାଣ କରାଯାଇଛି, ଯେଉଁଠି କର୍ମଚାରୀ ଛିଡା ହୋଇ କାମ କରିବେ ।

ପ୍ରକୃତରେ ଆପଲ୍ ର ସିଇଓ ଟିମ୍ କୁକ୍ ଙ୍କ କହିବାନୁସାରେ, ଚୈାକିରେ ବସି କାମ କରିବା କ୍ୟାନସର ସହିତ ସମାନ । ସେଥିପାଇଁ ନିଜ କର୍ମଚାରୀଙ୍କୁ ସୁସ୍ଥ ରଖିବା ପାଇଁ କମ୍ପାନୀ ଏହି ନିଷ୍ପତ୍ତି ନେଇଛନ୍ତି । ଯଦି କର୍ମଚାରୀମାନେ ଛିଡା ହୋଇ ଥକିଯାଆନ୍ତି, ତେବେ କିଛି ସମୟ ପାଇଁ ବସି କି କାମ କରିପାରିବେ । କିନ୍ତୁ ଏହା ପରେ ପୁଣି ଛିଡା ହୋଇ କାମ କରିବାକୁ ପଡିବ । ଏହା କର୍ମଚାରୀଙ୍କ ଜୀବନ ଶୈଳୀ ପାଇଁ ବହୁତ ଭଲ ସାବ୍ୟସ୍ତ ହେବ । ଏଇଠି ଗୋଟିଏ ଚୈାକିର ମୂଲ୍ୟ ୮୧,୦୦୦ ଟଙ୍କା । ସେଇଠି କାଫେ ଓ ସାମାନ୍ୟ ଏରିଆରେ ଲାଗିଥିବା ଟେବୁଲ ଏବଂ ଚୈାକିର ମୂଲ୍ୟ ପାଖାପାଖି ୧.୬୯ ଲକ୍ଷ ଟଙ୍କା ।