ଏଣିକି ଇପିଏଫଓ ଉପଭୋକ୍ତା ନିଜ ସଞ୍ଚୟର କିଛି ଅଂଶ ହିଁ ଉଠାଣ କରିପାରିବେ ! ଜାଣନ୍ତୁ କେଉଁ କ୍ଷେତ୍ରରେ ମିଳିବ କେତେ ଟଙ୍କା ।

56

ଏଣିକି କର୍ମଚାରୀ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ) ଉପଭୋକ୍ତାମାନେ ନିଜ ସଂଚୟର କିଛି ଅଂଶ ନିଜର ସନ୍ତାନଙ୍କ ଶିକ୍ଷା, ଚିକିତ୍ସା ବା ବିବାହରେ ଖର୍ଚ୍ଚ କରିପାରିବେ । ଏଥିପାଇଁ ଇପିଏଫଓ ନିଜର ନିୟମ କାନୁନରେ କିଛିଟା ପରିବର୍ତ୍ତନ କରିଛି । ଏସବୁ ସଂଶୋଧିତ ନିୟମ ଅନୁସାରେ ଇପିଏଫଧାରୀମାନେ  ନିଜ  ସଂଚୟର ୯୦ ପ୍ରତିଶତ ପର୍ୟ୍ୟନ୍ତ ଉଠାଇପାରିବେ । ତେବେ ଏହି ସୁବିଧା  ଅବସରନେବା ପୂର୍ବରୁ ବା ତାଙ୍କୁ ୫୪ ବର୍ଷ ବୟସ ଟପିଯାଇଥିଲେ, ଅବସର ନେବାର ବର୍ଷକ  ମଧ୍ୟରେ ଉଠାଇହେବ । ଆଉ ଏକ ନିୟମ ଅନୁସାରେ ଇପିଏଫ ଜମାର ୫୦ ପ୍ରତିଶତ ବିବାହ ପାଇଁ ଉଠାଇ ହେବ । ତେବେ ଏଥିପାଇଁ ସଂପୃକ୍ତ ଇପିଏଫଧାରୀ ଅତିକମରେ ୭ ବର୍ଷ ଇପିଏଫଓ ସବସ୍କ୍ରାଇବର ଥିବେ ।

ନୂଆ ନିଷ୍ପତ୍ତି ଅନୁଯାୟୀ ଚାକିରି ଯିବାର ୩୦ ଦିନ ପରେ ଜଣେ ସଦସ୍ୟ ୭୫ ପ୍ରତିଶତ ଜମା ଟଙ୍କା ଉଠାଇ ପାରିବେ । ଏଥିସହିତ ସେମାନଙ୍କ ଆକାଉଣ୍ଟକୁ ଇପିଏଫଓରେ ରଖିପାରିବେ । ତେବେ ଅବଶିଷ୍ଟ ୨୫ ପ୍ରତିଶତ ଅର୍ଥକୁ ସଦସ୍ୟମାନେ ଚାହିଁଲେ ଉଠାଇ ପାରିବେ କିମ୍ବା ଆକାଉଣ୍ଟ ସେଟେଲ୍ କରିପାରିବେ ।