ଯିବା ସମୟରେ ଭାବୁକ ହେଲେ ପ୍ରଣବ ମୁଖାର୍ଜୀ ! ସହାନୁଭୂତି ଜଣାଇଲେ ଅରବିନ୍ଦ କେଜରିୱାଲ

38

ପ୍ରଣବ ମୁଖାର୍ଜୀଙ୍କ କାର୍ଯ୍ୟକାଳ ଆଜି ଶେଷ ହୋଇଛି । ରାମନାଥ କୋବିନ୍ଦ ଆଜିି ଦେଶର ୧୪ ତମ ରାଷ୍ଟ୍ରପତି ଭାବ ଶପଥ ଗ୍ରହଣ କରିଛନ୍ତି । ଯିବା ପୂର୍ବରୁ ପ୍ରଣବ ମୁଖାର୍ଜୀ ହୋଇ ଏକ ଭାବୁକ ଟ୍ୱିଟ୍ କରିଛନ୍ତି । ସେ ଏହି ଟ୍ୱିଟରେ ଲେଖିଛନ୍ତି, ଆପଣ ସମସ୍ତଙ୍କର ସ୍ନେହ ଓ ସମର୍ଥନ ପାଇଁ ଧନ୍ୟବାଦ । କାଇି ଯେତେବେଳେ ମୁଁ ଆପଣଙ୍କୁ ଭେଟିବି ସେତେବେଳେ ଜଣେ ରାଷ୍ଟ୍ରପତି ରୂପେ ନୁହଁ ଜଣେ ସାଧାରଣ ନାଗରିକ ରୂପେ ଆପଣ ମାନଙ୍କ ସହ ସାକ୍ଷାତ ହେବ । ତାଙ୍କର ଏହି ଭାବୁକ ଟ୍ୱିଟରକୁ ଦେଖି ରିଟ୍ୱିଟ୍ କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ ।

ସୂଚନା ଅନୁସାରେ ଏବେ ପ୍ରଣବ ମୁଖାର୍ଜୀ ନିଜର ନୂଆ ଆବାସ ୧୦ ରାଜାଜୀ ମାର୍ଗକୁ ସ୍ଥାନାନ୍ତର ହେବେ । ପ୍ରଣବ ମୁଖାର୍ଜୀ ନିଜ କାର୍ଯ୍ୟକାଳରେ ମୁମ୍ବାଇ ୨୬/୧୧ ଆକ୍ରମଣ ଅଜମଲ କସାବ ଓ ସଂସଦ ଭବନ ଆକ୍ରମଣର ଦୋଷୀ ଅଫଜଲ ଗୁରୁ ଓ ୧୯୯୩ ମୁମ୍ବାଇ ବିସ୍ଫୋରଣର ଦୋଷୀ ୟାକୁବ ମେନନଙ୍କ ଫାଶୀ ଦଣ୍ଡ ଉପରେ ଖୁବ ଶୀଘ୍ର ମୋହର ଲଗାଇଥିଲେ ।

ଏହାର ଅର୍ଥ ହେଲା ପ୍ରଣବ ମୁଖାର୍ଜୀ ରାଷ୍ଟ୍ରପତି କାର୍ଯ୍ୟକାଳ ସମୟରେ ତିନି ବଡ଼ ଆତଙ୍କବାଦୀଙ୍କୁ ଫାଶୀ ଦେବାରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । କସବକୁ ୨୦୧୨, ଅଫଜଲକୁ ୨୦୧୩ ଓ ୟାକୁବ ମେନନକୁ ୨୦୧୫ରେ ଫାଶୀ ହୋଇଥିଲା । କାର୍ଯ୍ୟକାଳ ଶେଷ ହେବା ପୂର୍ବରୁ ପ୍ରଣବ ମୁଖାର୍ଜୀ ଦୁଷ୍କର୍ମର ଦୁଇଟି ମାମଲାରେ ଦୋଷୀଙ୍କ କ୍ଷମା ଦେବାପାଇଁ ମନା କରିଦେଇଥିଲେ ।