କନକ ବ୍ୟୁରୋ : ଫ୍ରାନ୍ସ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି ଏମାନୁଏଲ ମାକ୍ରନ୍ । ନିଜ ପ୍ରତିଦ୍ୱନ୍ଦୀ ଦକ୍ଷିଣପନ୍ଥୀ ମରିନ୍ ଲି ପେନଙ୍କୁ ସ୍ପଷ୍ଟ ବହୁମତରେ ପରାସ୍ତ କରିଛନ୍ତି ମାକ୍ରନ୍ । ଫ୍ରାନ୍ସର ନୂଆ ରାଷ୍ଟ୍ରପତି ଭାବେ ନିର୍ବାଚିତ ହୋଇଥିବା ମାକ୍ରନଙ୍କୁ ସେତେ ଅଧିକ ରାଜନୈତିକ ଅଭିଜ୍ଞତା ନାହିଁ । ଏହା ସହ ସେ କୌଣସି ନିର୍ବାଚିତ ପଦରେ ମଧ୍ୟ ନଥିଲେ । ରାଷ୍ଟ୍ରପତି ନିର୍ବାଚନରେ ମାକ୍ରନ୍ ବିଜୟୀ ହେବା ପରେ ଫ୍ରାନ୍ସସର ପ୍ରମୁଖ ରାଜନୈତିକ ଦଳ ଗୁଡିକୁ ଧକ୍କା ଲାଗିଛି । ତେବେ ୩୯ ବର୍ଷୀୟ ମାକ୍ରନ ଫ୍ରାନ୍ସର ସର୍ବକନିଷ୍ଠ ରାଷ୍ଟ୍ରପତି ହେବେ ।

photo courtesy-www.theguardian.com
8th May, 2017 | 9:47 am
You might also like
-
ବୋହୁର ଦ୍ୱିତୀୟ ବିବାହ କରାଇଲେ ଶାଶୁ, ଶ୍ୱଶୁର ! ସମାଜ ପାଇଁ ସୃଷ୍ଟି କଲେ ଉଦାହରଣ
-
ସମ୍ବଲପୁର ଫ୍ୟାମିଲି କୋର୍ଟ ପରିସରରେ ଯୁବକଙ୍କ ଉନ୍ମତକାଣ୍ଡ ! ସ୍ତ୍ରୀ ଓ ଶାଶୁ ସହ ଛୋଟ ଛୁଆକୁ ଭୁଜାଲିରେ ହାଣିଲା ସ୍ୱାମୀ
-
ୱାଘା ବର୍ଡରରେ ନାଚି ବିବାଦରେ ଫସିଲେ ପାକିସ୍ତାନୀ କ୍ରିକେଟର ! ଅସନ୍ତୋଷ ପ୍ରକାଶ କଲା ବିଏସଏଫ ।
-
କମେଂଟ୍ ମାରି ଛେଚା ଖାଇଲେ ରୋଡ୍ ରୋମିଓ ! ଜୟପୁରରେ ମଝି ରାସ୍ତାରେ ଯୁବକଙ୍କୁ ଚପଲରେ ପିଟିଲେ ଯୁବତୀ, ଦର୍ଶକ ସାଜିଲେ ଦେଖଣାହାରୀ