ବିଶିଷ୍ଟ ସାହିତ୍ୟିକ ପଠାଣି ପଟ୍ଟନାୟକଙ୍କ ପରଲୋକ

39

କନକ ବ୍ୟୁରୋ : ବିଶିଷ୍ଟ ପ୍ରାବନ୍ଧିକ, ସମାଲୋଚକ ଓ ସାହିତ୍ୟିକ ପଠାଣି ପଟ୍ଟନାୟକଙ୍କ ପରଲୋକ । କଟକର କେନ୍ଦୁଝର କଲୋନୀରେ ପଠାଣି ପଟ୍ଟନାୟକଙ୍କ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୮୯ ବର୍ଷ ହୋଇଥିଲା । କିଛି ଦିନ ହେଲା ବାର୍ଦ୍ଧକ୍ୟଜନିତ ରୋଗରେ ପୀଡିତ ଥିଲେ । ତାଙ୍କର ବିୟୋଗରେ ସାହିତ୍ୟ ଜଗତରେ ଶୋକର ଛାୟା ଖେଳିଯାଇଛି ।

ସହିତ୍ୟିକ ପଠାଣି ପଟ୍ଟନାୟକ ୨୦୧୦-୧୧ ମସିହାରେ “ଜୀବନ ଚଲାପଥ’ ପାଇଁ କେନ୍ଦ୍ର ସାହିତ୍ୟ ଏକାଡେମୀ ପୁରସ୍କାର ପାଇଥିଲେ । ଶିଶୁମାନଙ୍କ ପାଇଁ ୫୦ଟି ପୁସ୍ତକ ଲେଖିଥିବା ପଠାଣି ପଟ୍ଟନାୟକ ଓଡ଼ିଶା ସହିତ୍ୟ ଏକାଡେମୀର ସଭାପତି ଭାବେ କାର୍ଯ୍ୟ କରିବା ସହ ଖ୍ରୀଷ୍ଟ କଲେଜର ପ୍ରିନ୍ସପାଲ ଥିଲେ । ତାଙ୍କର ଚର୍ଚ୍ଚିତ ପୁସ୍ତକ ମଧ୍ୟରେ “ସାହିତ୍ୟ ଓ ସଂସ୍କୃତି’, “ସାହିତ୍ୟ ମଣିଷ’, “ସାହିତ୍ୟ ପରିକ୍ରମା’, “ଓଡ଼ିଆ ଉପନ୍ୟାସ ସାହିତ୍ୟ ପରିଚୟ’, “ପ୍ରବନ୍ଧ ଓ ସମାଲୋଚନା’, “ସମାଜ ଓ ସାହିତ୍ୟ’, “ସାହିତ୍ୟ ଓ ସମୀକ୍ଷା’ ରହିଛି ।