ସାଧାରଣ ଲୋକଙ୍କୁ ଝଟକା ଦେବ ଆରବିଆଇ ! ବଢ଼ିପାରେ ଋଣର ଇଏମଆଇ

51

ପେଟ୍ରୋଲ ଡିଜେଲର ବଢ଼ୁଥିବା ଦର ମଧ୍ୟରେ ଆଗାମୀ ମାସରେ ସାଧାରଣ ଲୋକଙ୍କୁ ଆଉ ଏକ ଝଟକା ଲାଗିପାରେ । ଏଥର ଏହି ଝଟକା ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ ତରଫରୁ ମିଳିବ । ଆର୍ଥିକ ବିଶେଷଜ୍ଞଙ୍କ ଅନୁସାରେ, ଆରବିଆଇ ରେପୋ ରେଟ ବୃଦ୍ଧି କରିପାରେ । ଯାହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ପଡ଼ିବ । ଆଉ ଆରବିଆଇ ରେପୋ ରେଟ୍ ବୃଦ୍ଧି କରିବା ପରେ ଆପଣଙ୍କ ଋଣର ଇଏମଆଇ ବୃଦ୍ଧି ହେବ ।

ଆଇବିଆଇର ମନିଟାରି ପଲିସି କମିଟି ବୈଠକ ଆଗାମୀ ମାସ ୪ ଜୁନରୁ ଆରମ୍ଭ ହେବ । ୩ ଦିନ ଚାଲିବାକୁ ଥିବା ଏହି ବୈଠକକୁ ୬ ଜୁନରେ ଶେଷ ହେବ । ଏହି ଦିନ କମିଟି ନୂଆ ରେପୋ ରେଟର ଘୋଷଣା କରିବ । ଏହି କମିଟିରେ ଆରବିଆଇର ଗଭର୍ଣ୍ଣ ଉର୍ଜିତ ପଟେଲ ସମେତ ୬ ଜଣ ଉପସ୍ଥିତ ରହିବେ ।

Source:thelogicalindian.com

କଂଚା ତେଲ ଦର ବଢ଼ିବା ହେତୁ ଆରବିଆଇ ରେପୋ ରେଟରେ ୨୫ ବେସିସି ପଏଂଟର ବୃଦ୍ଧି କରିପାରେ ବୋଲି ସୂଚନା ମିଳିଛି । ଯଦି ଆରବିଆଇ ରେପୋ ରେଟରେ ପରବର୍ତ୍ତନ ନକରନ୍ତି, ତେବେ ବ୍ୟାଙ୍କ ଗୁଡ଼ିକ ନିଜ ତରଫରୁ ଦର ବୃଦ୍ଧି କରିପାରନ୍ତି । ଏଥିରେ ଲୋକଙ୍କୁ ଅଧିକ ସୁଧ ଦେବାକୁ ପଡ଼ିବ ।

ଗୃହ ଋଣ, କାର ଋଣ, ବ୍ୟକ୍ତିଗତୠଣ, ଏଜୁକେସନ ଋଣ, ଦୁଇ ଚକିଆ ଯାନ ପାଇଁ ଋଣ ଓ ଅନ୍ୟ ପ୍ରକାର ରଣର ଇଏମଆଇ ବଢ଼ିଯିବ । ପେଟ୍ରୋଲ ଓ ଡିଜେଲର ଦାମର ଦର ଏପରି ରହିଲେ ଆରିବଆଇ କଡ଼ା ପଦକ୍ଷେପ ଉଠାଇବା ପାଇଁ ପଛକୁ ହଟିବ ନାହିଁ । ଯଦି ଅଗଷ୍ଟରେ ମଧ୍ୟ ଏହି ଅବସ୍ଥା ରହିଲା ତେବେ ଆରିବଆଇ ସୁଧ ଦରରେ ୫୦ ବେସିସ ପଏଂଟରେ ବୃଦ୍ଧି କରିବ, ଯାହାଦ୍ୱାରା ଏହାର ପ୍ରଭାବ ସାଧାରଣ ଲୋକଙ୍କ ଉପରେ ଅଧିକ ପଡ଼ିବ ।