୩ ସେକେଣ୍ଡରେ ୧୦୦ କିଲୋମିଟର ! ନାମୀଦାମୀ ସୁପର ବାଇକକୁ ମାତ୍ ଦେବ ଭାରତୀୟ ସୁପରବାଇକ, ଜାଣନ୍ତୁ କେତେ ରହିଛି ମୂଲ୍ୟ

77

ଯୁବଗୋଷ୍ଠୀଙ୍କର ପ୍ରଥମ ପସନ୍ଦ ହେଉଛି ସୁପରବାଇକ । ଭାରତରେ ମଧ୍ୟ ଏହାର କ୍ରେଜ କିଛି କମ ନୁହେଁ । ସୁପରବାଇକ ଚଢିବା ପାଇଁ ଭାରତର ଅଧିକାଂଶ ଯୁବକ ପାଗଳପ୍ରାୟ । ଯାହା ଏହାର ଲୋକପ୍ରିୟତାକୁ ଦର୍ଶାଉଛି । କିନ୍ତୁ ଏଭଳି ବାଇକ କିଣିବା ସାଧାରଣ ଲୋକଙ୍କ ପକ୍ଷେ ସମ୍ଭବ ନୁହେଁ । କାରଣ ଏହାର ମୂଲ୍ୟ ୨୦ ଲକ୍ଷରୁ ଆରମ୍ଭ ହୋଇଥାଏ । ଯାହା ସାଧାରଣ ଲୋକର ବଜେଟରୁ ଢେର ଅଧିକ । ସାଧାରଣତଃ ଅଧିକାଂଶ ସୁପରବାଇକ ବାହାର ଦେଶରେ ନିର୍ମାଣ କରାଯାଇଥାଏ । ତେଣୁ ଏହାର ମୂଲ୍ୟ ଅଧିକ ଥାଏ । କିନ୍ତୁ ଭାରତୀୟ ଯୁବଗୋଷ୍ଠୀଙ୍କ ସ୍ୱପ୍ନ ପୂରଣ କରିବାକୁ ଯାଉଛି ଏକ ଭାରତୀୟ ବାଇକ ନିର୍ମାତା କମ୍ପାନି ।

emfluexବାଙ୍ଗାଲୋରର ବାଇକ ନିର୍ମାତା କମ୍ପାନି ଏମଫ୍ଲକ୍ସ ମୋର୍ଟସ ଏବେ ଏପରି ଏକ ସୁପରବାଇକ ଆଣିବାକୁ ଯାଉଛି ଯାହା ଅଧିକାଂଶ ଭାରତୀୟ ଯୁବଗୋଷ୍ଠୀଙ୍କ ସ୍ୱପ୍ନ ପୂରଣ କରିବ । ୨୦୧୮ରେ ହେବାକୁ ଥିବା ଅଟୋ ଏକ୍ସପୋରେ କମ୍ପାନି ଏହି ସୁପରବାଇକର ମଡେଲ-୧ ପ୍ରଦର୍ଶିତ କରିବାକୁ ଯାଉଛି । ଏହି ସୁପରବାଇକ ପ୍ରାୟ ୩ ସେକେଣ୍ଡ ମଧ୍ୟରେ ୦ରୁ ୧୦୦ ସ୍ପିଡରେ ଯାତ୍ରା କରିପାରିବ । ତେବେ ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ସୁପରବାଇକ ଇଲେକଟ୍ରିକ ବାଇକ । ୬୦୦ରୁ ୬୫୦ ସିସିର ଏହି ବାଇକ ଘଣ୍ଟା ପ୍ରତି ୨୦୦ କି.ମି ବେଗରେ ଦୌଡିବ । ଏହି ସୁପର ବାଇକରେ ସେମସଙ୍ଗ ଲିଥିୟମ ଅୟନ ବ୍ୟାଟେରୀ ବ୍ୟବହାର କରାଯାଇଛି ।

ସୁପର ବାଇକର ମୋଟର କଥା ଯଦି ଆମେ ଦେଖିବା ତେବେ ଏଥିରେ ଲାଗିଥିବା ମୋଟର ସର୍ବାଧିକ ୫୦ କିଲୋୱାଟର ପାୱାର ଦେବ । ଏହାଛଡା ଏହାର ମୋଟର ୬୭ ବିଏଚପିର ପାୱାର ଦେବା ସହ ୮୪୦୦ ଆରପିଏମର ଟ୍ରୋକ ୮୪ ନ୍ୟୁଟନ ମିଟର ରହିବ ।ତେବେ ସୁବଠୁ ଖୁସିର କଥା ହେଲା, ଏହାର ମୁଲ୍ୟ ଅନ୍ୟ ସୁପରବାଇକ ତୁଳନାରେ କମ ରହିବ । ପାଖାପାଖି ଏହି ସୁପରବାଇକ ୫ରୁ ୬ ଲକ୍ଷ ଟଙ୍କା ହେବ ବୋଲି ସୂଚନା ମିଳିଛି । ଏହି ସୁପରବାଇକରେ ୭ ଇଞ୍ଚର ଟଚ୍ ସ୍କ୍ରିନ ରହିବା ସହ ଜିପିଏସ ନେଭିଗେସନ ଓ ମୋବାଇଲ ଆପ ଭଳି ଅତ୍ୟାଧୁନିକ ସୁବିଧା ରହିବ । ଏହାବାଦ ରିଅଲ ଟାଇମ ୱିକିଲି ଡାଇଗ୍ନୋଷ୍ଟିକ ଓ ବାଇକ-ଟୁ-ବାଇକ କନେକ୍ଟ୍ରିଭିଟି ଭଳି ଅତ୍ୟାଧୁନିକ ଫିଚର ରହିବ । ତେବେ ଏହି ବାଇକ ବାଜରକୁ ଆସିବା ପରେ ଅନ୍ୟ ସୁପରବାଇକକୁ ଜବରଦସ୍ତ ଟକ୍କର ଦେବ । ଦେଖିବାକୁ ବାକି ରହିଲା ଏହି ଦେଶୀ ସୁପରବାଇକ ବଜାରରେ କେବେ ଊପଲବ୍ଧ ହେଉଛି ।