କନକ ବ୍ୟୁରୋ: ସେ ଦିନ ଭାରତବାସୀଙ୍କ ଲାଗି ଥିଲା କଳା ଦିବସ । ସମସ୍ତେ ନିଜ ନିଜ କାମରେ ବ୍ୟସ୍ତ ଥିବା ସମୟରେ ହଠାତ୍ ଯାହା ଘୋଷଣା କରାଗଲା କେନ୍ଦ୍ର ସରକାରଙ୍କ ପକ୍ଷରୁ ତାହା ଥିଲା ଅତ୍ୟନ୍ତ ଭୟଙ୍କର । ସେହି ସମୟର ସରକାର ତଥା କଂଗ୍ରେସ ଶାସନ କ୍ଷମତାରେ ଥିଲା । କିନ୍ତୁ ଭାରତବାସୀ କଂଗ୍ରେସର ଶାସନକୁ ପସନ୍ଦ କରୁ ନ ଥିଲେ । ଯେଉଁଥି ପାଇଁ ବିଦ୍ରୋହର ସାମ୍ମା କରିବାକୁ ପଡିଥିଲା ସରକାରଙ୍କୁ ।

ବିହାର ଓ ଗୁଜୁରାଟର ବିଧାନସଭା ଆସନ ମଧ୍ୟ ସଂକଟରେ ଥିଲା । ସେତେ ବେଳର ସବୁଠାରୁ ଆଶ୍ଚର୍ଯ୍ୟର କଥା ହେଲା ସରକାରଙ୍କ ନୀତିକୁ ବିରୋଧ କରୁଥିବା ସମସ୍ତ ଗୋଷ୍ଠୀ ଏକାଠି ହୋଇଥିଲେ । ଯାହା ସରକାରଙ୍କୁ ଅଡୁଆରେ ପକାଇଥିଲା । ଦେଶର ଜନତା ସରକାରଙ୍କ ଶାସନରେ ସନ୍ତୋଷ ବ୍ୟକ୍ତ କରୁନଥିଲେ ଏବଂ ସରକାର ବଦଳାଇବା ପାଇଁ ଜନତା ଚାହୁଁଥିଲେ ।
ବିରୋଧୀଙ୍କର ଦାବିରେ ସରକାର ବ୍ୟତିବ୍ୟସ୍ତ ହୋଉପଡିଲେ । ତେଣୁ ପ୍ରଧାନମନ୍ତ୍ରୀ ଶ୍ରୀମତି ଇନ୍ଦିରା ଗାନ୍ଧିଙ୍କୁ ନିଜର ଆସନ ଯିବାର ଭୟ ମଧ୍ୟ ରହିଥିଲା । ତାଙ୍କୁ ଡର ଥିଲା ଯେ ଆମେରିକା ମଧ୍ୟ ଏହି ସୋତ୍ରରେ ସାମିଲ ନ ହେଉ । ସେ ଏକ ସାକ୍ଷାତ କାରରେ ଏହା ମଧ୍ୟ କହିଥିଲେ ଯେ, “ ମତେ ଡର ଥିଲା କି ଆମେରିକାର ରାଷ୍ଟ୍ରପତି ରିଚାର୍ଡଙ୍କର ଯେପରି ଅବସ୍ଥା ହୋଇଥିଲା । ସେପରି ଅବସ୍ଥା ଆମ ଦେଶରେ ନ ହେଉ । ତେଣୁ ମୁଁ ବାଧ୍ୟ ହୋଇ ଏଭଳି ପଦକ୍ଷେପ ନେବାକୁ ନିଷ୍ପତ୍ତି ନେଇଥିଲି” ବୋଲି ଇନ୍ଦିରା ଗାନ୍ଧୀ କହିଥିଲେ । କିନ୍ତୁ ଦେଶବାସୀଙ୍କ ମତରେ ସେ ଜାଣିଶୁଣି ଏହା କରିଥିଲେ । ଆମେରିକା ମଧ୍ୟ ଏଥିରେ ସାମିଲ ଥିଲା ବୋଲି ଜନସାଧାରଣ କହିଥିଲେ ।
ସେତେବେଳେ ଯେଉଁ ପରିସ୍ଥିତି ସୃଷ୍ଟି ହୋଇଥିଲା ତାହା ସ୍ୱୟଂ ପ୍ରଧାନମନ୍ତ୍ରୀଙ୍କୁ ବି ଜଣା ନଥିଲା । କେବଳ ଘୋଷଣା କରିଦେଲେ ପ୍ରକୃତରେ କଣ କ୍ଷତି ହେଲା ତାହା ସଠିକ ଭାବରେ କାହାରିକୁ ଜଣା ନଥିଲା । ତାଙ୍କ ବିରୋଧରେ ଯେଉଁ ବିରୋଧର ସ୍ୱର ଉଠିଥିଲା ତାହା କେବଳ ୩୫୨ ଧାରା ପ୍ରୟୋଗ କଲେ ହିଁ ସମାଧାନ ହୋଇ ପାରିବ ବୋଲି ସେ ଚିନ୍ତା କରିଥିଲେ । ଜୁନ ୨୫ ତାରିଖରେ ନିଷ୍ପତ୍ତି ନିଆଯାଇଥିଲା କି ଦେଶରେ ଜରୁରୀ କାଳୀନ ପରିସ୍ଥିତି ଘୋଷଣା କରାଯିବ । ସୋମବାର ଏହି ଘଟଣାକୁ ୪୩ ବର୍ଷ ପୁରିଛି ।

୧୯୭୧ ମସିହା ଜୁନ ୨୫ ତାରିଖରେ ପଶ୍ଚିମବଙ୍ଗର ମୁଖ୍ୟମନ୍ତ୍ରୀ ସିଦ୍ଧାର୍ଥ ଶଙ୍କର ରାଓ ନିଜର କୌଣସି ଏକ କାମରେ ଦିଲ୍ଲୀ ଗସ୍ତରେ ଥିଲେ । ଦିଲ୍ଲୀରେ ନିଜର ସରକାରୀ ବାସଭବନରେ ସେ ଏକ ବହି ପଢୁଥିଲେ । ସେତେବେଳେ ପ୍ରାଧାନମନ୍ତ୍ରୀଙ୍କ ଅଫିସରୁ ଏକ ଫୋନ ଗଲା ଏବଂ ତାଙ୍କୁ ଯଥାଶୀଘ୍ର ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିବାକୁ କୁହାଗଲା ।

ପରେ ପ୍ରଧାନମନ୍ତ୍ରୀ ଓ ଶଙ୍କର ରାଓଙ୍କର ଆଲୋଚନା ହୋଇଥିଲା । ପରେ ଇନ୍ଦିରା ରାଓଙ୍କୁ କହିଥିଲେ ଯେ, ବର୍ତମାନ ସମୟ ଆସିଯାଇଛି କି ଦେଶର ହିତ ଲାଗି ସମୟ ଆସିଯାଇଛି । ରାଓଙ୍କୁ ସମ୍ବିଧାନ ବିଷୟରେ ଭଲଭାବରେ ଜଣାଥିଲା ତେଣୁ ସେ ତାଙ୍କ ସହ ପରାମର୍ଶ କରିଥିବା ନେଇ ଚର୍ଚ୍ଚା ହୋଇଥିଲା । ରାଓ କିଛି ସମୟ ମାଗିଥିଲେ ଇନ୍ଦିରାଙ୍କୁ କିନ୍ତୁ ସେ ସମୟ ଦେବାରେ ଅରାଜି ହୋଇଥିଲେ ତେଣୁ ସେ ଏହାକୁ ବିଳମ୍ବ କରିନଥିଲେ । ନିଜ କ୍ୟାବିନେଟ ବୈଠକ ଡାକିବା ପରେ ରାଷ୍ଟ୍ରପତିଙ୍କ ସ୍ୱାକ୍ଷର ଲାଗି ପଠାଯାଇଥିଲା । ଏଥିରେ ମଧ୍ୟ ସେ ମୋହର ମାରିଥିଲେ । ତେଣୁ ଦେଶରେ ଜରୁରୀ ପରିସ୍ଥିତି ଘୋଷଣା କରାଯାଇଥିଲା ।

ଦେଶରେ ଏପରି ହେବା ଦ୍ୱାରା ସମସ୍ତ ନ୍ୟାୟପାଳିକା ଓ ଗଣମାଧ୍ୟମକୁ ସଂପୂର୍ଣ୍ଣ ଭାବରେ ଅକାମୀ କରାଯାଇଥିଲା । ସାରା ଦେଶରେ ହାହାକାର ପଡିଯାଇଥିଲା । ଏଭଳି ଏକ ପଦକ୍ଷେପ ୩ ବର୍ଷ କାଳ ରହିଥିଲା । ଯାହାକି ଭାରତ ଲାଗି କଳା ଦିବସ ଭାବରେ ସମସ୍ତେ ପରିଗଣିତ କରନ୍ତି । ଏହା ସେତେବେଳେ ଦେଶ ଲାଗି ସବୁଠାରୁ ଖରାପ ସମୟ ଥିଲା ବୋଲି ଏଯାବତ୍ ଚର୍ଚ୍ଚା ହୁଏ ।