ହାତରେ ଛୋଟ ଏସି ! ଏଣିକି ନିଜେ ନିଜ ଶରୀରର ତାପମାତ୍ରାକୁ କରିପାରିବେ ନିୟନ୍ତ୍ରଣ ।

116

ଅଫିସରେ ଅନେକ ଥର ଏପରି ହୋଇଥାଏ, ଜଣେ ବ୍ୟକ୍ତିଙ୍କୁ ଅନ୍ୟମାନଙ୍କ ଅପେକ୍ଷା ଅଧିକ ଥଣ୍ଡା ଲାଗିଥାଏ । କିମ୍ବା କୌଣସି ଜଣେ ବ୍ୟକ୍ତି ଚାହିଁଥାନ୍ତି ଯେ, ଏସିର ଟ୍ରେମ୍ପେଚରକୁ ଟିକିଏ କମ କରିବା ପାଇଁ । କିନ୍ତୁ ସେଣ୍ଟ୍ରାଲାଇଜ୍ ହେବା କାରଣରୁ ସମସ୍ତଙ୍କ ପାଇଁ ଏସିର ଅଲଗା ଅଲଗା ଟ୍ରେମ୍ପେଚର ସେଟ୍ କରାଯାଇପାରେ ନାହିଁ । କିନ୍ତୁ ଏବେ ହାତରେ ପିନ୍ଧିବା ଭଳି ଏପରି ଏକ ବ୍ୟାଣ୍ଡ ଆସିଛି, ଯେଉଁଥିରେ ଆପଣ ନିଜେ ନିଜ ଶରୀରର ତାପମାତ୍ରା ନିୟନ୍ତ୍ରଣ କରିପାରିବେ । 

ଏପରିକି ଆମେରିକା ଏବଂ କାନାଡାରେ ଏହି ବ୍ୟାଣ୍ଡର ବିକ୍ରି ମଧ୍ୟ ଆରମ୍ଭ ହୋଇଗଲାଣି । ଆଉ ଏହି ବ୍ୟାଣ୍ଡର ମୂଲ୍ୟ ପାଖାପାଖି ୨୧ ହଜାର ଟଙ୍କା ଅଟେ । ଏହି ବ୍ୟାଣ୍ଡକୁ ପିନ୍ଧିବା ପରେ ଜଣେ ବ୍ୟକ୍ତି ନିଜ ଶରୀରର ତାପମାତ୍ରାକୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବଢାଇ କିମ୍ବା କମାଇ ପାରିବେ । ଏହି ସ୍ୱତନ୍ତ୍ର ବ୍ୟାଣ୍ଡକୁ ଆମେରିକାର ଏମଆଇଟିର ବୈଜ୍ଞାନିକମାନେ ବିକଶିତ କରିଛନ୍ତି । ଏହି ପ୍ରଡକ୍ଟକୁ ପ୍ରଥମ ଥର ପାଇଁ ୨୦୧୭ରେ ଲଂଚ କରାଯାଇଥିଲା । ଏବଂ ମାର୍ଚ୍ଚ ମାସ ୨୦୧୮ ପର୍ଯ୍ୟନ୍ତ ୩୦୦୦ ପ୍ରଡକ୍ଟ ବିକ୍ରି ହୋଇଥିଲା । 

ତେବେ ଏହି ଡିଭାଇସର ସ୍ୱତନ୍ତ୍ରତା ହେଉଛି, ଏଥିରେ ଏକ ସଲିଡ୍ ଷ୍ଟେଟ୍ ସେମିକଣ୍ଡକ୍ଟର ଲାଗିଛି । ଯାହାକି ଗରମ କିମ୍ବା ଥଣ୍ଡା ତରଙ୍ଗ ବ୍ୟବହାରକାରୀଙ୍କ ହାତ ପର୍ଯ୍ୟନ୍ତ ପହଞ୍ଚାଇଥାଏ । ଗୋଟିଏ ଥର ଚାର୍ଜ କରିବା ପରେ ଏହାକୁ ୩୦ରୁ ୫୦ କୁଲିଙ୍ଗ ପର୍ଯ୍ୟନ୍ତ ବ୍ୟବହାର କରାଯାଇପାରିବ ।