ଆମେରିକାରେ ପାକ୍ ପ୍ରଧାନମନ୍ତ୍ରୀ ହଟହଟା ! ଯାଂଚ ବାହାନରେ ପୋଷାକ କାଢିଲେ ବିମାନବନ୍ଦର କର୍ତ୍ତୃପକ୍ଷ

28

କନକ ବ୍ୟୁରୋ : ଆମେରିକା ବିମାନବନ୍ଦରରେ ହଟହଟ୍ଟା ହେଲେ ପାକିସ୍ତାନ ପ୍ରଧାନମନ୍ତ୍ରୀ ସହିଦ୍ ଖାକନ୍ ଆବାସି । ଜନଏଫ୍ କେନେଡି ବିମାନବନ୍ଦରରେ ଆବାସଙ୍କୁ କଡା ଯାଂଚର ସମ୍ମୁଖୀନ ହେବାକୁ ପଡିଛି । ଏପରିକି ସାଧାରଣ ନାଗରିକଙ୍କ ପରି ଆବାସଙ୍କର ପୋଷାକ କାଢ଼ି ଯାଂଚ କରିଛନ୍ତି ବିମାନବନ୍ଦର କର୍ତ୍ତୃପକ୍ଷ । ଏବେ ଉକ୍ତ ଭିଡିଓ ପାକିସ୍ତାନ ବୈଦ୍ୟୁତିକ ଗଣମାଧ୍ୟମର ଜୋରଦାର ପ୍ରସାରିତ ହେଉଛି ।

ଉକ୍ତ ଭିଡିଓରେ ଆବାସିଙ୍କୁ ପୋଷାକ ଖୋଲୁଥିବାର ଭିଡିଓ ସ୍ପଷ୍ଟ ଭାବେ ଜଣାପଡୁଛି । ଗତ ସପ୍ତାହରେ ଆମେରିକାରେ ଅସୁସ୍ଥ ଥିବା ତାଙ୍କ ଭଉଣିକୁ ଦେଖା କରିବାକୁ ଘରୋଇ ଗସ୍ତରେ ଯାଇଥିଲେ ଆବାସି । ସେହି ସମୟରେ ବିମାନବନ୍ଦରରେ ଯାଂଚ ଆଳରେ ଆବାସିଙ୍କ ସହ ଏଭଳି ବ୍ୟବହାର କରାଯାଇଥିଲା । ତାଙ୍କୁ ଖରାପ ଭାଷା ମଧ୍ୟ କୁହାଯାଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ପାକିସ୍ତାନ ଚିହିଁକି ଉଠିଛି । ତେବେ ପାକିସ୍ତାନ ସହ ଦିନକୁ ବଢ଼ିଚାଲିଛି ବିବାଦ । ଏପରି ସ୍ଥିତିରେ ଏହି ଖବର ଦୁଇ ଦେଶର ସମ୍ପର୍କକୁ ଆହୁରି ଖରାପ କରିବାର ସମ୍ଭାବନା ସୃଷ୍ଟି ହୋଇଛି ।