ଆଖି ବୁଜିଲେ ବିଶ୍ୱର ସବୁଠାରୁ ଓଜନିଆ ମହିଳା ଇମାନ୍ !

52

ବିଶ୍ୱର ସବୁଠାରୁ ଅଧିକ ଓଜନ ବିଶିଷ୍ଟ ମହିଳା ଇମାନ ଅହମ୍ମଦଙ୍କର ଦେହାନ୍ତ ହୋଇଛି । ଆଜି ଭୋରରେ ଆବୁଧାବିର ବର୍ଜିଲ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ସେ ମୃତ୍ୟୁବରଣ କରିଛନ୍ତି । ଏକ ସପ୍ତାହ ପୂର୍ବରୁ ସେ ତାଙ୍କର ୩୭ ତମ ଜନ୍ମଦିନ ପାଳନ କରିଥିଲେ । ହୃଦରୋଗ, କିଡ଼ନୀ ଖରାପ ସହିତ emanବିଭିନ୍ନ ରୋଗରେ ଆକ୍ରାନ୍ତ ଇମାନ ଆଜି ସକାଳ ୪ଟା ୩୫ ସମୟରେ ଦେହତ୍ୟାଗ କରିଛନ୍ତି । ଇଜିପ୍ଟର ଏହି ମହିଳାଜଣକ ଛୋଟ ବେଳୁ ବିରଳ ଥାଏରଡ଼ ରୋଗରେ ଆକ୍ରାନ୍ତ ହେବା ଫଳରେ ତାଙ୍କ ଓଜନ ବଢ଼ି ବଢ଼ି ୫ଶହ କିଲୋଗ୍ରାମରେ ପହଞ୍ଚି ଯାଇଥିଲା । ତେବେ ଚିକିତ୍ସା ପାଇଁ ଇମାନ୍ ଭାରତ ମଧ୍ୟ ଆସିଥିଲେ । ଭାରତରେ ଅସ୍ତ୍ରୋପଚାର କରିବା ପରେ ବିଶ୍ୱର ସବୁଠାରୁ ମୋଟି ମହିଳା ଇମାନ ଅହମଦ ୩୦୦ କିଲୋରୁ ଅଧିକ ଓଜନ ହ୍ରାସ କରିଥିଲେ । ଇମାନଙ୍କୁ ଗତ ଫେବୃଆରୀରେ ଭାରତ ଅଣାଯାଇଥିଲା । ସେତେବେଳକୁ ତାଙ୍କର ଓଜନ ୫୦୦କିଲୋଗ୍ରାମ ଥିଲା ।

ଭାରତରେ ସର୍ଜରି ପରେ ତାଙ୍କର ଓଜନ ୫୦୦ରୁ ୨୫୦ କିଲୋକୁ ଖସି ଆସିଥିଲା । ପରେ ତାଙ୍କର ନିୟମିତ ଚିକିତ୍ସା ପାଇଁ ତାଙ୍କୁ ମେ ମାସ ୪ ତାରିଖ ଦିନ ଆବୁଧାବିର ବର୍ଜିଲ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା । ତେବେ ସୂଚନା ଅନୁସାରେ ବୁର୍ଜୀଲ ହସ୍ପିଟାଲର ମୁଖ୍ୟ ଚିକିତ୍ସାଧିକାରୀ ୟାସିନ ସହାତଙ୍କ ମତରେ ଇମାନ ଏବେ ନିଜର ଦୁଇ ହାତ ହଲାଇପାରୁଥିଲେ । ସେହିଭଳି ତାଙ୍କର ପାଦଗୁଡ଼ିକ କ୍ରିୟାଶୀଳ ହେଉଥିଲା ବୋଲି ସୂଚନା ମିଳିଥିଲା । ଜନ୍ମନେବା ସମୟରେ ଇମାନ ଅସାମାନ୍ୟ ରୂପରେ ୫କିଲୋ ଥିଲେ । ସେତେବେଳେ ଡାକ୍ତର କହିଥିଲେ ଇମାନ ଏଲିଫେଣ୍ଟାଇସିସରେ ପୀଡ଼ିତ । ଡାକ୍ତର କହିଥିଲେ ଗ୍ରନ୍ଥି ଜନିତ ସମସ୍ୟା ଯୋଗୁଁ ଶରୀରରେ ଅଧିକରୁ ଅଧିକ ପାଣି ଜମି ରହୁଥିଲା । ତେବେ ଦୁଃଖର ବିଷୟ ହେଲା ସବୁଠାରେ ଚିକିତ୍ସା କରିବା ପରେ ମଧ୍ୟ ଭଲ ହୋଇପାରି ନଥିଲେ ଇମାନ । ଶେଷରେ ଆଜି ଭୋରରୁ ଆଖି ବୁଜିଛନ୍ତି ବିଶ୍ୱର ସବୁଠାରୁ ଓଜନିଆ ମହିଳା ।