ନାୟିକା ଓ ନିର୍ଦ୍ଦେଶକଙ୍କ ବିବାଦ ଘଟଣାରେ ନାଟକୀୟ ମୋଡ଼: ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ

ରାଗ ମୁଡରେ ଥିବାରୁ କରିଥିଲି ଅଭିଯୋଗ

363

କନକ ବ୍ୟୁରୋ: ନାୟିକା ଓ ନିର୍ଦ୍ଦେଶକଙ୍କ ବିବାଦ ଘଟଣାରେ ନାଟକୀୟ ମୋଡ଼ । ଗତ  ୨ ଦିନ ଧରି ନିର୍ଦ୍ଦେଶକଙ୍କ ବିରୋଧରେ  ନିର୍ଯାତନା ଅଭିଯୋଗ ଆଣିଥିବା ଅଭିନେତ୍ରୀ ଏଲସାଙ୍କ ୟୁଟର୍ଣ୍ଣ । ଆପୋଷ ବୁଝାମଣାରେ ବିବାଦର ସମାଧାନ ହୋଇଥିବା ଏଲସା କହିଛନ୍ତି । ଏପରିକି  ରାଗ ମୁଡରେ ଥିବାରୁ  ସେ ଏପରି ଅଭିଯୋଗ ଆଣିଥିବା କହିଛନ୍ତି ।

ଏପରିକି ସେମାନଙ୍କ ବିବାଦ ଭିତରେ ତୃତୀୟ ବ୍ୟକ୍ତି ନପଶିବାକୁ ଅଭିନେତ୍ରୀ କହିଛନ୍ତି । ଅଡିଓ ରିଲିଜ ବେଳେ ଯାହା ହୋଇଥିଲା ଭୁଲ ବୁଝାମଣା ଯୋଗୁ ହୋଇଥିବା କହିଛନ୍ତି ।ଫିଲ୍ମ ତୁ ମୋ ସୁନା ଚଢେଇର ଅଡିଓ ରିଲିଜ ସମୟରେ ଫିଲ୍ମର ନିର୍ଦ୍ଦେଶକ ଦୀଲ୍ଲିପ ପଣ୍ଡାଙ୍କ ବିରୋଧରେ ମାନସିକ ନିର୍ଯ୍ୟାତନା ଅଭିଯୋଗ ଆଣିଥିଲେ ବଙ୍ଗିୟ ଅଭିନେତ୍ରୀ ତଥା ଫିଲ୍ମର ଲିଡ ନାୟିକା ଏଲସା ଘୋଷ । ଫିଲ୍ମରେ ତାଙ୍କ ଦୃଶ୍ୟ କଟାଯାଇଥିବା ସେ ଅଭିଯୋଗ ଆଣିଥିଲେ ।