ମୁମ୍ବାଇ ଏଲଫିନଷ୍ଟନ ଷ୍ଟେସନରେ ଦଳାଚକଟା ! ଯାଂଚ ନିର୍ଦ୍ଦେଶ ଦେଲା ରେଳ ବିଭାଗ

89

କନକ ବ୍ୟୁରୋ : ଗୁଜବ ହେଲା କାଳ । ମୁମ୍ବାଇର ପରେଲ –ଏଲଫିଷ୍ଟେନ ଷ୍ଟେସନରେ ଦଳାଚକଟାରେ ୨୨ଜଣ ପ୍ରାଣ ହରାଇଥିବାବେଳେ ୩୯ ଜଣ mumbai-stampede-video_650x400_61506673821ଲୋକ ଆହତ ହୋଇଛନ୍ତି । ଦୂୁର୍ଘଟଣା ଆଜି ପ୍ରାୟ ସକାଳ ୧୦ଟା ୩୦ରେ ଜନଗହଳି ଥିବା ସମୟରେ ଏହି ଦୁର୍ଘଟଣା ଘଟିଛି । ତେବେ ଦୁର୍ଘଟଣାର ପ୍ରକୃତ କାରଣ ଜଣାପଡିନାହିଁ । ଏହା ପଛରେ ଦୁଇଟି କାରଣ ଥିବା ସନ୍ଦେହ କରାଯାଉଛି । ବ୍ରିଜର ରେଲିଂ ଭାଙ୍ଗିବା କାରଣରୁ ଏଭଳି ହୋଇଥିବା କୁହାଯାଉଛି । ସେହିଭଳି ଗୁଜବ ବି ଦଳାଚକଟାର କାରଣ ବୋଲି କୁହାଯାଉଛି । ସକାଳ ପ୍ରାୟ ୧୦ଟା ୩୦ରେ ପ୍ରବଳ ବର୍ଷା ହୋଇଥିଲା । ଆଉ ବର୍ଷାରୁ ରକ୍ଷା ପାଇବା ଲାଗି ଲୋକେ ଏହି ଓଭରବ୍ରିଜ ଉପରେ ଆଶ୍ରୟ ନେଇଥିଲେ । ଏହି ସମୟରେ ଗୁଜବ ଯୋଗୁଁ ଦଳାଚକଟା ହୋଇଥିବା କୁହାଯାଉଛି । ଆହତଙ୍କୁ ନିକଟସ୍ଥ ବିଭିନ୍ନ ହସପିଟାଲରେ ଭର୍ତି କରାଯାଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାମ ଜାରି ରହିଛି । ପ୍ରତ୍ୟକ୍ଷଦର୍ଶୀଙ୍କ କହିବା ଅନୁସାରେ, ବ୍ରିଜ ଉପରେ ବେଶୀ ଜାଗା ନଥିଲା । ବ୍ରିଜ ସଂକୀର୍ଣ୍ଣ ଥିଲା । ଫଳରେ ଦଳାଚକଟା ହୋଇଥିଲା । ପରେଲ –ଏଲଫିଷ୍ଟେନ ଷ୍ଟେସନରେ ପଶ୍ଚିମ ଲାଇନକୁ ପୂର୍ବ ଲାଇନକୁ ଯିବା ପାଇଁ ଲୋକେ ଏହି ଫୁଟବ୍ରିଜର ବ୍ୟବହାର କରିଥାନ୍ତି । ଆହତମାନଙ୍କୁ କେଇଏମ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

PIYUSHମୁମ୍ବାଇ ଦଳଚକଟା ଘଟଣାରେ ଦୁଃଖ ପ୍ରକାଶ କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପିୟୁଷ ଗୋଏଲ । ମୃତକଙ୍କ ପରିବାର ପ୍ରତି ସମବେଦନା ଜଣାଇବା ସହ ଆହତଙ୍କୁ ଆଶୁ ଆରୋଗ୍ୟ କାମନା କରିଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ । ଆଗକୁ ଏପରି ଅଘଟଣ ଯେପରି ନହୁଏ ସେଥି ପ୍ରତି ଗୁରୁତ୍ୱ ଦିଆଯିବ ବୋଲି ପିୟୁଷ ଗୋଏଲ କହିଛନ୍ତି । ସେପଟେ ଏହି ଘଟଣାର ଉଚ୍ଚସ୍ତରୀୟ ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ମହାରାଷ୍ଟ୍ର ସରକାର ଓ ରେଳ ମନ୍ତ୍ରାଳୟ ମିଳିତ ଭାବେ ଏହି ତଦନ୍ତ କରିବେ ବୋଲି ଜଣାପଡିଛି । ମୁମ୍ବାଇ ଦଳାଚକଟା ଘଟଣାରେ ମୃତକଙ୍କ ପରିବାରଙ୍କୁ ଆର୍ଥିକ ସହାୟତା ଘୋଷଣା କରିଛି ମହାରାଷ୍ଟ୍ର ସରକାର । ମୃତକଙ୍କ ପରିବାରକୁ ୫ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଘୋଷଣା କରିଛନ୍ତି ଫଡନଭିସ୍ ସରକାର ।

mumbai-elphinstone-stampede-afp_650x400_61506678126ମୁମ୍ବାଇ ଅଘଟଣକୁ ନେଇ ଦୁଃଖ ପ୍ରକାଶ କରିଛନ୍ତି ରାଷ୍ଟ୍ରପତି ରାମନାଥ କୋବିନ୍ଦ । ଟ୍ୱିଟ୍ କରି ମୃତକଙ୍କ ପରିବାରକୁ ସମବେଦନା ଜଣାଇଛନ୍ତି ରାଷ୍ଟ୍ରପତି । ଏହାସହ ସେ ଭଗବାନଙ୍କ ପାଖରେ ଆହତଙ୍କ ଆଶୁଆରୋଗ୍ୟ କାମନା କରିଛନ୍ତି । ସେପଟେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ମଧ୍ୟ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିଛନ୍ତି ଏବଂ ମୁମ୍ବାଇରେ ରେଳ ମନ୍ତ୍ରୀ ପିୟୁଷ ଗୋଏଲ ଉପସ୍ଥିତ ଥିବାରୁ ତୁରନ୍ତ ସମସ୍ତ ପ୍ରକାର ସହାୟତା ଯୋଗାଇବେ ବୋଲି ସେ ଉଲ୍ଲେଖ କରିଛନ୍ତି । ଆରପଟେ ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହି ଦୁର୍ଘଟଣା ନେଇ ଦୁଃଖ ପ୍ରକାଶ କରିବା ସହ ରେଳବାଇକୁ ଯାତ୍ରୀ ସୁରକ୍ଷା ଓ ଭିତ୍ତିଭୂମିର ବିକାଶ ପ୍ରତି ଗୁରୁତ୍ୱ ଦେବାକୁ ପରାମର୍ଶ ଦେଇଛନ୍ତି ।

ପ୍ରତ୍ୟକ୍ଷଦର୍ଶୀଙ୍କ ତଥ୍ୟ ଆଧାରରେ କାହିଁକି ଓ କିପରି ଏହି ଦୁର୍ଘଟଣା ଘଟିଲା, ତାହା ଉପରେ ନଜର ପକାନ୍ତୁ
ଅଣଓସାରିଆ ଫୁଟ୍ ଓଭରବ୍ରିଜ୍
– ମାତ୍ରାଧିକ ଲୋକଙ୍କ ଭିଡ
– ବର୍ଷାରୁ ରକ୍ଷା ପାଇବା ପାଇଁ ଓଭରବ୍ରିଜରେ ଭିଡ
– ପାହାଚଗୁଡିକ ଖସଡା ଥିଲା
– ଗୋଡ ଖସିବା ଯୋଗୁଁ ଦଳାଚକଟା ଆରମ୍ଭ ହେଲା