ଟୋକିଓରୁ ନୂଆଦିଲ୍ଲୀ ମାତ୍ର ୩୦ ମିନିଟ୍

25

କନକ ବ୍ୟୁରୋ: ଟୋକିଓରୁ ନୂଆଦିଲ୍ଲୀ ମାତ୍ର ୩୦ ମିନିଟର ବାଟ । ଶୁଣିଲେ ଆଶ୍ଚର୍ଯ୍ୟ ଲାଗୁଥିଲେ ବି ଘଟଣାଟି ସତ । ଏଭଳି ଏକ ଆବିଷ୍କାର ନିକଟରେ ହେବାକୁ ଯାଉଛି । ଯାହା ଆପଣଙ୍କୁ ମାତ୍ର ୩୦ ମିନିଟରେ ୫୮୩୪ କମି ବାଟ ଅତିକ୍ରମ କରାଇବାକୁ ସକ୍ଷମ ହେବ ବୋଲି କୁହାଯାଉଛି । ଅନ୍ତରୀକ୍ଷ ଗବେଷକ ଇଲାନ ମସ୍କ ଏହି ଆବିଷ୍କାର ପାଇଁ ଯୋଜନା ଚଳାଇଛନ୍ତି । ଯାହାକି ମଙ୍ଗଳକୁ ମାଲବାହୀ ଯାନ ପ୍ରେରଣ ଓ ପୃଥିବୀର ବିଭିନ୍ନ ସହରକୁ ରକେଟ୍ ଜରିଆରେ ଗମନାଗମନର ବାଟ ଫିଟାଇବ ବୋଲି ସେ ଦାବି କରନ୍ତି ।

ଜାପାନ ଓ ଭାରତ ମିଳିତ ଭାବେ ଭାରତରେ ବୁଲେଟ୍ ଟ୍ରେନ ଯୋଜନାର ପରିକଳ୍ପନା କରି ଏହାର ସୁଫଳ ଦେଶବାସୀଙ୍କୁ ଦେବାକୁ ଯାଉଛନ୍ତି । ଏହି କ୍ରମରେ ଦେଖିବାକୁ ଗଲେ ଏହି ବେଗଗାମୀ ଟ୍ରେନ ପ୍ରାୟ ୫୦୦ କିମି ରାସ୍ତାକୁ ମାତ୍ର ୧ ଘଣ୍ଟାରେ ଅତିକ୍ରମ କରିବ ବୋଲି କୁହାଯାଉଛି । ଯାହାକି ଭାରତୀୟଙ୍କ ପାଇଁ ଏକ ନିଆରା ଅନୁଭୁତି ହେବ । ଏହି ସ୍ଥିତିରେ ଅଧଘଣ୍ଟାରେ ଦିଲ୍ଲୀରୁ ଟୋକିଓ ପାଇଁ ଯୋଜନା ନିଶ୍ଚିତ ଭାବେ ଆଶ୍ଚର୍ଯ୍ୟଜନକ ବୋଲି ଚର୍ଚ୍ଚା ହେଉଛି ।