ଶିକ୍ଷା ପ୍ରତି ଅନାବିଳ ପ୍ରେମ ! ହାତ ନଥିବା ଛାତ୍ର ଦଶମ ବୋର୍ଡ ପରୀକ୍ଷାରେ ଗୋଡରେ ଲେଖି ସମସ୍ତଙ୍କ ପାଇଁ ଉଦାହରଣ ପାଲଟିଲେ ।

2

ମଣିଷର ଦୃଢଇଚ୍ଛା ଶକ୍ତି ଆଗରେ ପ୍ରତିକୁଳ ପରିସ୍ଥିତି ମଧ୍ୟ ନତମସ୍ତକ ହୁଏ । ଏହିଭଳି ଏକ ଲୋକକଥାକୁ ଯଥାର୍ଥ କରି ଦେଖାଇଛନ୍ତି ଇଲୁରୀ ଶଙ୍କର । ଦଶମ ବୋର୍ଡ ପରୀକ୍ଷାରେ ଗୋଡ ସାହାର୍ଯ୍ୟରେ ପରୀକ୍ଷା ଖାତାରେ ଲେଖି ସମସ୍ତଙ୍କୁ ଚକିତ କରିଛନ୍ତି ଏହି ବାଳକ । ପରୀକ୍ଷା ଦେଉଥିବା ଅନ୍ୟ ଛାତ୍ରଛାତ୍ରୀମାନେ ଶଙ୍କରଙ୍କର ଏଭଳି ଇଚ୍ଛାଶକ୍ତିକୁ ସଲାମ୍ କରିଛନ୍ତି ।

ତେଲେଙ୍ଗାନାର ମଞ୍ଚେରଲ ଜିଲ୍ଲାର ଏକ ସରକାରୀ ସ୍ତୁଲର ଛାତ୍ର ହେଲେ ଶଙ୍କର । ଷଷ୍ଠ ଶ୍ରେଣୀରେ ପଢ଼ୁଥିବାବେଳେ ବନ୍ଧୁମାନଙ୍କ ସହ ଖେଳୁଥିବା ସମୟରେ ବିଜୁଳି ସଂସ୍ପର୍ଶରେ ଆସି ଶଙ୍କର ଦୁଇ ହାତ ହରାଇଥିଲେ । କିନ୍ତୁ ଏହା ତାଙ୍କ ମନୋବଳ ଭାଙ୍ଗି ପାରିନଥିଲା । ଦୁଇ ହାତକୁ ହରାଇବା ପରେ ନିଜ ଗୋଡ ସାହାର୍ଯ୍ୟରେ ସେ ଲେଖିବା ଆରମ୍ଭ କରିଥିଲେ । ଆଉ କିଛିଦିନର ପ୍ରଚେଷ୍ଟା ପରେ ଗୋଡରେ ବେଶ ଆରାମରେ ଲେଖିପାରିଲେ ଶଙ୍କର । ସବୁଠୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା ବୋର୍ଡ ପରୀକ୍ଷାରେ ଲେଖିବା ପାଇଁ କାହାର ସାହାର୍ଯ୍ୟ ନ ନେଇ ଗୋଡରେ ଲେଖିଥିଲେ ଶଙ୍କର ।

ଶଙ୍କରଙ୍କର ପଢ଼ାପ୍ରତି ଥିବା ଦୁର୍ବଳତାକୁ ସମସ୍ତେ ପ୍ରଶଂସା କରିଛନ୍ତି । ସେ ତାଙ୍କ ଜୀବନକୁ ସ୍ୱତନ୍ତ୍ର ରୂପେ ଗଢି ତୋଳିବା ପାଇଁ ଚାହାନ୍ତି ଏବଂ ଏସଏସସି ପରୀକ୍ଷା ଦେଇ ଉତ୍ତୀର୍ଣ୍ଣ ହେବାକୁ ଲକ୍ଷ୍ୟ ରଖିଛନ୍ତି । ତାଙ୍କର ଫଟୋ ଏବଂ ଭିଡିଓ ଏବେ ସୋସିଆଲ୍ ସାଇଟରେ ଖୁବ୍ ଭାଇରାଲ୍ ହେଉଛି ।

Comments are closed.