ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ପାଣି ! ମିଳିବ ଅନେକ ଫାଇଦା

53

ଆମ ସମସ୍ତଙ୍କୁ ଜଣା ଯେ ଖାଲି ପେଟରେ ପାଣି ପିଇବା ଶରୀର ପାଇଁ ହିତକାରକ । କିନ୍ତୁ ଆପଣ ଜାଣନ୍ତି କି ସକାଳେ ଶୋଇବାରୁ ଉଠିବା ମାତ୍ରେ ମୁହଁ ଧୋଇବା ପୂର୍ବରୁ ପାଣି ପିଇଲେ ବି ଫାଇଦା ମିଳିଥାଏ । ଆପଣ ଏକଥା ଶୁଣି ଭାବୁଥିବେ ଯେ, ବ୍ରସ୍ ନ କରି ପାଣି ପିଇବା କେମିତି ଶରୀର ପାଇଁ ଠିକ୍?

ସକାଳେ ଉଠିବା ମାତ୍ରେ ବାସି ମୁହଁରେ ପାଣି ପିଇଲେ ଆମ ଶରୀରର ହଜମ କ୍ରିୟା ଅଧିକ ମଜଭୁତ୍ ହୋଇଥାଏ ଓ ଖାଇବାର ଡ଼ିକଂପୋଜିସନ୍ ବଢ଼ିଥାଏ । ରାତିରେ ଶୋଇବା ସମୟରେ ମୁହଁରେ ଲାଳ ଥାଏ । ସକାଳୁ ଉଠି ପାଣି ପିଇଲେ ସେହି ଲାଳ ଶରୀରକୁ ଚାଲିଯାଇଥାଏ । ଏହାଫଳରେ ପେଟର ପିଛି ସମସ୍ୟା ଥିଲେ,ତାହା ଦୂର ହୋଇଥାଏ ।

ଯଦି ଆପଣ ପ୍ରତିଦିନ ସକାଳେ ଉଠି ଦାନ୍ତ ଘଷିବା ପୂର୍ବରୁ ମୁହଁରେ ପାଣି ପିଇବେ ,ତେବେ ପେଟ ସଫା ହୋଇଯିବ । ତା’ ଛଡ଼ା ପେଟରେ ଗ୍ୟାସ୍ଷ୍ଟ୍ରିକ୍ ସମସ୍ୟା ବି ରହିବ ନାହିଁ । ସକାଳେ ଉଷୁମ ପାଣି ପିଇଲେ ଶରୀରର ଓଜନ ନିୟନ୍ତ୍ରିତ ହୋଇଥାଏ ।