ଧାନ ବିଲରେ ହାତୀ ଆତଙ୍କ : ପାଚିଲା ଧାନକୁ ଦଳି ଚକଟି କରୁଛନ୍ତି ନଷ୍ଟ

ଧାନ ବିଲରେ ଉତ୍ପାତ କରୁଛନ୍ତି ହାତୀପଲ

69

କନକ ବ୍ୟୁରୋ : ଧାନ ବିଲରେ ହାତୀ ଆତଙ୍କ । ଦିନରେ ନିକଟସ୍ଥ ଜଙ୍ଗଲରେ ରହି ରାତିରେ ଧାନ ବିଲରେ ଉତ୍ପାତ କରୁଛନ୍ତି ହାତୀପଲ । ପାଚିଲା ଧାନକୁ ଦଳି ଚକଟି ନଷ୍ଟ କରୁଛନ୍ତି । ଯାଜପୁର ବଡଚଣା ବ୍ଲକ ପଶ୍ଚିମାଂଚଳରେ ୩୦ରୁ ୪୦ଟି ହାତୀ କଂଚା ଓ ପାଚିଲା ଧାନ ବିଲରେ ବ୍ୟାପକ କ୍ଷୟକ୍ଷତି କରୁଛନ୍ତି । କେବଳ ଚଳିତ ବର୍ଷ ନୁହେଁ ଏହି ହାତୀପଲ ୩ ବର୍ଷ ହେଲାଣି ବଡଚଣା ବ୍ଲକର ପଶ୍ଚିମାଂଚଳ ଭାବେ ପରିଚିତ ସିହା, ସମିଆ, ପାରିଆ, କାଇମାଟିଆ, ଦର୍ପଣୀ ପଂଚାୟତର ଶହଶହ ହେକ୍ଟର ଚାଷ ଜମିରେ ଫସଲ ଦଳି ଦେଉଛନ୍ତି ।

ଏନେଇ ବନ ବିଭାଗକୁ ଜଣାଇଲେ ବି କେହି ଶୁଣୁନଥିବା ଅଭିଯୋଗ ହୋଇଛି । ଏଯାଏଁ ଫସଲ ହାନୀ କ୍ଷୟକ୍ଷତି ମିଳୁନଥିବାରୁ ଚାଷୀ ଆନ୍ଦୋଳନକୁ ଓହ୍ଲାଇବେ ବୋଲି ଚେତାବନୀ ଦେଇଛନ୍ତି । ସେପଟେ ଏନେଇ ପ୍ରତିକ୍ରିୟା ରଖି ବନ ଅଧିକାରୀ କହିଛନ୍ତି ହାତୀଙ୍କ ଗତିବିଧି ଉପରେ ନଜର ରଖାଯାଇଛି । କ୍ଷୟକ୍ଷତିର ଆକଳନ କରାଯାଇ ଚାଷୀଙ୍କୁ କ୍ଷତିପୂରଣ ଦିଆଯିବ ।