ଟ୍ରାଙ୍କୁଲାଇଜ ହେଲା ଦନ୍ତା ହାତୀ  । ସମ୍ବଲପୁର ପଡ଼ିଆବାହାଲ ରେଂଜରେ ଆହତ ଦନ୍ତାକୁ ନିଶ୍ଚେତକ ଦେଇ ଚିକିତ୍ସା କଲେ ଓୟୁଏଟି ବିଶେଷଜ୍ଞ ଦଳ ।

ସମ୍ବଲପୁର ପଡ଼ିଆବାହାଲ ରେଂଜ ଅଂଚଳରେ ଦୀର୍ଘ ଦିନହେଲା ଏକ ଦନ୍ତା ହାତୀ ଆହତ ହୋଇ ବୁଲୁଥିବା ବେଳେ ଆଜି ହାତୀଟିକୁ ଟ୍ରଙ୍କ୍ୟୁଲାଇଜ କରାଯାଇଛି ।

220
କନକ ବ୍ୟୁରୋ: ଟ୍ରାଙ୍କୁଲାଇଜ ହେଲା ଆହତ ଦନ୍ତା ହାତୀ । ସମ୍ବଲପୁର ପଡ଼ିଆବାହାଲ ରେଂଜ ଅଂଚଳରେ ଦୀର୍ଘ ଦିନହେଲା ଏକ ଦନ୍ତା ହାତୀ ଆହତ ହୋଇ ବୁଲୁଥିବା ବେଳେ ଆଜି ହାତୀଟିକୁ ଟ୍ରାଙ୍କୁଲାଇଜ କରାଯାଇଛି । ଭୁବନେଶ୍ୱର ଓୟୁଏଟିରୁ ଏକ ବିଶେଷଜ୍ଞ ଦଳ ପହଂଚି ହାତୀଟିକୁ ଟ୍ରାଙ୍କୁଲାଇଜ କରି ଚକିତ୍ସା କରୁଛନ୍ତି ।
ରବିବାର ସକାଳେ ଯୁଯୁମରା ବ୍ଲକ୍ ଅଞ୍ଚଳ ପଡ଼ିଆବାହାଲ ରେଞ୍ଜ୍ ଅନ୍ତର୍ଗତ ଛାମୁଣ୍ଡା-କୁଶାମୁରା ସଂରକ୍ଷିତ ଜଙ୍ଗଲ ମଧ୍ୟରେ ଅସୁସ୍ଥ ଦନ୍ତାହାତୀକୁ ଟ୍ରାଙ୍କ୍ୟୁଲାଇଜ କରାଯାଇଛି । ଭୁବନେଶ୍ୱରସ୍ଥିତ ଓୟୁଏଟିର ସଲ୍ୟଚିକିତ୍ସକ ପ୍ରଫେସର ଡାକ୍ତର ଇନ୍ଦ୍ରମଣି ନାଥଙ୍କ ନେତୃତ୍ୱରେ ଏକ ପଶୁଚିକିତ୍ସକ ଦଳ ଅସୁସ୍ଥ ଦନ୍ତାଟିକୁ ଟ୍ରାଙ୍କ୍ୟୁଲାଇଜ୍ କରିବା ପରେ ପୁଙ୍ଖାନୁପୁଙ୍ଖ ପରୀକ୍ଷା କରି ଉପଯୁକ୍ତ ଚିକିତ୍ସା କରିଛନ୍ତି।
ଦ୍ୱିତୀୟ ଉଦ୍ୟମରେ ଟ୍ରାଙ୍କୁଲାଇଜ ହୋଇଥିବା ହାତୀଟି ଗୁଳି ଚୋଟରେ ଆହତ ହୋଇଛି କି, ନାହିଁ ଜାଣିବାକୁ ମେଟାଲ୍ ଡିଟେକ୍ଟରରେ ଯାଞ୍ଚ କରାଯାଇଛି। ହାତୀର ଲାଞ୍ଜ ଉପରେ ଗୋଟାଏ ଘା’ ହୋଇଛି ଓ ଗୋଡ଼ରେ ଗଭିର ଆଘାତ ଲାଗିଛି । ପରେ ଅସୁସ୍ଥ ହାତୀଟିକୁ ଡାକ୍ତରମାନେ ସାଲାଇନ୍ ଓ ଔଷଧ ଦେଇଥିଲେ। ତେବେ ଗୋଟିଏ ପଲ ମଧ୍ୟରେ ଦୁଇଟି ଦନ୍ତାହାତୀଙ୍କ ମଧ୍ୟରେ ଘଟିଥିବା ସଂର୍ଘଷ ଫଳରେ ହାତୀଟି ଆହତ ହୋଇଥିବା ଜଣାପଡିଛି । ହାଡ଼ ଖସି ଯାଇଥିବାରୁ ତା’ର ଗୋଡ଼ ଫୁଲିଛି। ତା’ ଦେହରେ କୌଣସି ଗୁଳି ଚୋଟ କିମ୍ବା ତୀର ମାଡ଼ ହୋଇଥିବାର ଲକ୍ଷଣ ନାହିଁ ବୋଲି ସମ୍ବଲପୁର ଡିଏଫ୍ଓ କହିଛନ୍ତି।