କେନ୍ଦୁଝରରେ ହାତୀ ପଲଙ୍କ ଉତ୍ପାତ: ନଷ୍ଟ କଲେ ଘରଦ୍ୱାର, ଲୋକ ଆତଙ୍କିତ

27

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଯୋଡାରେ ହାତୀ ପଲଙ୍କ ଉତ୍ପାତ । ଚମ୍ପୁଆ ରେଂଜ ବାଲିବନ୍ଧ ଓ ବାମବାରୀ ଅଂଚଳରେ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳୁଛି । ହାତୀ ପଲରେ ୪୮ଟି ହାତୀ ଅଛନ୍ତି । ଗାଁରେ ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିଛନ୍ତି । ଗତ ଏକ ସପ୍ତାହ ଧରି ହାତୀମାନେ ଗାଁରେ ବୁଲୁଛନ୍ତି । ଫଳରେ ଲୋକେ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

ବନ ବିଭାଗର ସୂଚନା ଅନୁଯାୟୀ,ଚମ୍ପୁଆ ଅଞ୍ଚଳରେ ପ୍ରାୟତଃ ୮ଟି ହାତୀ ରହିଥାନ୍ତି ।ହେଲେ,ଏହି ହାତୀମାନେ ସାଧାରଣତଃ ଲୋକମାନଙ୍କର କୌଣସି କ୍ଷୟକ୍ଷତି କରି ନଥାନ୍ତି ।ହେଲେ,ନିକଟସ୍ଥ ଝାଡଖଣ୍ଡ ଅଞ୍ଚଳରୁ ଗତ କିଛି ଦିନ ହେବ ୨୨ଟି ହାତୀ ପଶି ଆସିଥିବା ବେଳେ,ଏହି ହାତୀମାନେ ବିଭିନ୍ନ ଗାଁଗଣ୍ଡାରେ ପଶି ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗି ପକାଉଛନ୍ତି ।ହାତୀ ଘଉଡାଇବା ପାଇଁ ଚମ୍ପୁଆ ରେଞ୍ଜର ୫ଟି ସେକ୍ସନରେ ୨୫ଜଣ ଲୋକଙ୍କୁ ନିୟୋଜିତ କରାଯାଇଛି ।ଏଥିପାଇଁ ବାଣ,ଲାଇଟ୍ ଓ ରାତିରେ ମଶାଲ ବ୍ୟବହାର କରାଯାଉଥିବା ଜଣାପଡିଛି ।