କେନ୍ଦୁଝରରେ ପଶିଲେ ଝାଡଖଣ୍ଡୀ ହାତୀ !

26

କନକ ବ୍ୟୁରୋ : କେନ୍ଦୁଝରରେ ପଶିଲେ ଝାଡଖଣ୍ଡୀ ହାତୀ । କେନ୍ଦୁଝର ବନଖଣ୍ଡରେ ୯୯ଟି ହାତୀ ବୁଲୁଛନ୍ତି । କେନ୍ଦୁଝରର ସଦର ରେଂଜ୍, ଚମ୍ପୁଆ, ଘଟଗାଁ ଓ ତେଲକୋଇରେ ଏହି ହାତୀ ପଲ ଘୁରି ବୁଲୁଛନ୍ତି । ହାତୀ ପଲକୁ ଘଉଡାଇବାକୁ ବନବିଭାଗ ଉଦ୍ୟମ କରୁଛି । ହାତୀପଲ ଝାଡଖଣ୍ଡରୁ ଚମ୍ପୁଆ ଦେଇ ବିଭିନ୍ନ ଅଂଚଳକୁ ପ୍ରବେଶ କରୁଛନ୍ତି । ହାତୀ ପଲ କ୍ଷେତରେ ପଶି ବ୍ୟାପକ ଧାନ ଫସଲ ନଷ୍ଟ କରିଛନ୍ତି । କିଛି ଘରଦ୍ୱାର ମଧ୍ୟ ଭାଂଗିଥିବା ଅଭିଯୋଗ ହୋଇଛି । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।