କଟକ ସିଡିଏ ସେକ୍ଟର-୮ରେ ପଶିଲା ହାତୀ । ହାତୀକୁ ଘଉଡାଇବାକୁ ବନ ବିଭାଗର ଉଦ୍ୟମ

108

କନକ ବ୍ୟୁରୋ : କଟକ ସିଡିଏ ସେକ୍ଟର-୮ରେ ପଶିଲା ହାତୀ । ଗତକାଲି ରାତିରେ ସିଡିଏରେ ହାତୀ ପଶି ଆତଙ୍କ ସୃଷ୍ଟି କରିଛି । ଏହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି । ସ୍ଥାନୀୟ ପ୍ରଶାସନ ଲୋକଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଛି । ପୋଲିସ ସହାୟତାରେ ହାତୀକୁ ଖୋଜୁଛି ବନବିଭାଗ ।

ମିଳିଥିବା ସୂଚନା ଅନୁଯାୟୀ, ବର୍ତ୍ତମାନ ସୁଦ୍ଧା କେତେ ହାତୀ କଟକ ସିଡିଏ ଅଞ୍ଚଳରେ ପଶିଛନ୍ତି ତାହା ଜଣାଯାଇ ନାହିଁ । ତେବେ ଗତକାଲି ରାତିରେ ସିଡିଏରସେକ୍ଟର ୮ ଓ ସେକ୍ଟର ୯ ଅଞ୍ଚଳରେ ହାତୀ ବୁଲୁଥିବାର ଲୋକେ ଦେଖିଛନ୍ତି । ହାତୀ ରାସ୍ତା ଉପରକୁ ଆସିଯିବା ପରେ ଲୋକଙ୍କ ନଜରେ ପଡ଼ିଥଲା । ପରେ ହାତୀଟି ସେଠାରେ ଥିବା ଏକ ଝାଉଁ ବଗିଚା ଭିତରକୁ ପଶି ଯାଇଥିଲା । ଖବର ପାଇ ବନବିଭାଗ ସହିତ ପୁଲିସ ଆଜି ସକାଳୁ ସେକ୍ଟର -୮ ଓ ସେକ୍ଟର-୯ରେ ପହଞ୍ଚି ହାତୀ ଘଉଡ଼ାଇବାକୁ ଉଦ୍ୟମ ଚଳାଇଛନ୍ତି । ଅପରପକ୍ଷେ ଏହି ହାତୀଟି ସମ୍ଭବତଃ ଆଠଗଡ଼ ବନଖଣ୍ଡ ଅଞ୍ଚଳରୁ ଆସି ସିଡିଏ ଅଞ୍ଚଳରେ ପଶିଥିବା ଆଶଙ୍କା କରାଯାଉଛି ।