ଅପରେସନ ଗଜରାଜ ! ଗଂଜାମ ଜିଲ୍ଲା ତାରସିଂ ରେଂଜରରେ ଥିବା ଏକ ଖାଲରୁ ହାତୀ ଉଦ୍ଧାର

19

କନକ ବ୍ୟୁରୋ: ଅପରେସନ ଗଜରାଜ । ଗଂଜାମ ଜିଲ୍ଲା ଉତର ଘୁମୁସର ବନଖଣ୍ଡ ତାରସିଂ ରେଂଜର ଦୁବପଲ୍ଲୀ ଓ ଶିଶୁଣ୍ଡା ଗାଁ ନିକଟରେ ଏକ ଖାଲରେ ପଡିଥିବା ହାତୀକୁ ଉଦ୍ଧାର କରିଛି ବନିବିଭାଗ । ପାଣି ପିଇବାକୁ ଆସିଥିବା ମା ଓ ଛୁଆ ହାତୀ ଜଙ୍ଗଲ ମଧ୍ୟରେ ଥିବା ଏକ ଖାଲରେ ପଡିଯାଇଥିଲେ ।

ଖବର ପାଇ ବନବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଚିଂଥିଲେ । ଏହା ପରେ ଜେସିବି ମେସିନ ସାହାର୍ଯ୍ୟରେ ମା ଓ ଛୁଆ ହାତୀକୁ ଉଦ୍ଧାର କରାଯାଇଛି । ଏହି ଅଂଚଳରେ ଆହୁରି ୪ଟି ହାତୀ ବୁଲୁଥିବାରୁ ଗ୍ରାମବାସୀଙ୍କୁ ସତର୍କ ରହିବାକୁ ବନବିଭାଗ ପକ୍ଷରୁ ନିର୍ଦ୍ଦେଶ ରହିଛି ।