ପାଣିରେ ଫସିିଲା ହାତୀ : ଉଦ୍ଧାର କରିବାକୁ କେନ୍ଦୁଝର ବନବିଭାଗ ନାକେଦମ, ନାଳରୁ ବାହାରିବା ପରେ ବନକର୍ମଚାରୀଙ୍କୁ ଆକ୍ରମଣ

24

କନକ ବ୍ୟୁରୋ : ଧାନ ଖାଇବାକୁ ଆସି ପାଣିରେ ଫସିଲା ଦନ୍ତା ହାତୀ । ହାତୀକୁ ଉଦ୍ଧାର ପାଇଁ ବନ ବିଭାଗ କର୍ମଚାରୀ ହଟହଟା । ଗତକାଲି କେନ୍ଦୁଝର ଜିଲ୍ଲା ବାଂଶପାଳ ବ୍ଲକ ସିଂହପୁର ଗାଁରେ ଦୁଇଟି ଦନ୍ତା ହାତୀ ଧାନ ବିଲକୁ ଧାନ ଖାଇବାକୁ ଆସିଥିବା ବେଳେ ଏକ ନାଳ ଭିତରେ ଫସିଯାଇଥିଲେ । ତେବେ ଗୋଟିଏ ଦନ୍ତା ହାତି ବାହାରି ଆସିଥିଲା କିନ୍ତୁ ଅନ୍ୟଟି ବାହାରି ପାରି ନଥିଲା ।

ଘଟଣା ସ୍ଥଳରେ ବନବିଭାଗ କର୍ମଚାରୀ ପଂହଚି ୩ ରୁ ୪ ଘଂଟା ଧରି ପରିଶ୍ରମ କରିବା ପରେ ହାତୀକୁ ଉଦ୍ଧାର କରିଥିଲେ । ଏହି ଉଦ୍ଧାର କାର୍ଯ୍ୟରେ ଅଗ୍ନିଶମ କର୍ମଚାରୀ ଏବଂ ସ୍ଥାନୀୟ ବାସିନ୍ଦା ମଧ୍ୟ ସହାୟତା କରିଥିଲେ । ବିଲ ନିକଟରେ ଥିବା ଏକ ଗଛରେ ଦଉଡ଼ି ବାନ୍ଧି ହାତୀ ଦୁଇଟିଙ୍କୁ ଉଦ୍ଧାର କରାଯାଇଥିଲା । ହାତୀ ଉଦ୍ଧାର ସମୟରେ ଜଣେ ବନ କର୍ମଚାରୀ ହାତୀ ଆକ୍ରମଣରେ ଆହତ ହୋଇଛନ୍ତି । ତାଙ୍କୁ ଗୁରୁତର ଅବସ୍ଥାରେ କେନ୍ଦୁଝର ମୁଖ୍ୟଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା ।

ସୂଚନାଯୋଗ୍ୟ କେନ୍ଦୁଝର ବିଭିନ୍ନ ଅଂଚଳରେ ବାରାମ୍ବାର ଏପରି ଘଟଣା ଘଟୁଛି । କେତେବେଳେ ହାତୀ ପାଣି ଭିତରେ ପଡ଼ିଯାଉଛି ତ କେତେବେଳେ ହାତୀ ଆକ୍ରମଣରେ ଲୋକେ ମୃତାହତ ହେଉଛନ୍ତି । ଖାଦ୍ୟ ଅଭାବରେ ହାତୀପଲ ସହରମୁହାଁ ହେଉଛନ୍ତି । ଏଥିପାଇଁ ଜନଜୀବନ ନଷ୍ଟ ହେଉଛି ।