କାବୁ ହେଲା ଦନ୍ତାହାତୀ: କଟକ ସିଡିଏ ଅଂଚଳରେ ମାତିଥିବା ହାତୀକୁ ଘଉଡାଇଲା ବନବିଭାଗ

ଦୁଇଦିନ ହେଲା ହାତୀ ଆତଙ୍କରେ ଲୋକ ହୋଇଥିଲେ ଅତିଷ୍ଠ

94

କନକ ବ୍ୟୁରୋ: ହାତୀକୁ କାବୁ କଲା ବନବିଭାଗ । ଗତକାଲି କଟକ ସିଡିଏ ଭିତରକୁ ଦନ୍ତା ହାତୀଟି ଜନବସତିକୁ ପଶିଆସିଥିଲା । ତେବେ ହାତୀକୁ ଟ୍ରାକ୍ୟୁଲାଇଜ୍ କରି ଆଠଗଡ଼ ବନାଂଚଳରେ ଛଡ଼ାଯାଇଛି । ଏଥିପାଇଁ କାଲି ବନବିଭାଗକୁ ନାକେଦମ୍ ହେବାକୁ ପଡ଼ିଥିଲା । ପୂର୍ବରୁ ମଧ୍ୟ ବନବିଭାଗ ଓ ସ୍ଥାନୀୟ ଲୋକେ ହାତୀକୁ ଘଉଡାଇବାକୁ ଉଦ୍ୟମ କରିଥିଲେ । ସାଇରନ୍ ମାରି ଗାଡିରେ ହାତୀକୁ ପିଛା କରିଥିଲେ ।

ବିରାଟ ହାତୀଟି ଲାଇଟ୍ ଓ ସାଇରନ୍ ଶୁଣି ରାସ୍ତା ଉପରେ ଦୌଡିବା ଦେଖିବାକୁ ମିଳିଥିଲା । ରବିବାର ରାତିରେ ସିଡିଏ-୮ ସେକ୍ଟରରେ ହାତୀ ପଶି ଆତଙ୍କ ସୃଷ୍ଟି କରିଥିଲା । ଯାହାକୁ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଥିଲା । ପରେ ଲୋକମାନଙ୍କୁ ଘରୁ ନବାହାରିବାକୁ ପରାମର୍ଶ ଦେଇଥିଲା ସ୍ଥାନୀୟ ପ୍ରଶାସନ ।

ବନବିଭାଗ ଅଧିକାରୀ କଟକ ଭିତରକୁ ହାତୀ ଆସିଥିବା ଖବରକୁ ସ୍ୱୀକାର କରିବା ସହ ତାକୁ ବାଣ ଫୁଟାଇ ଘଉଡାଇବାକୁ ଉଦ୍ୟମ କରିଥିଲେ । ଶେଷକୁ ହାତୀକୁ ଟ୍ରାଙ୍କ୍ୟୁଲାଇଜ୍ କରାଯାଇ ବନବିଭାଗ ଆଠଗଡ଼ ବନାଂଚଳରେ ଛାଡ଼ିବାରେ ସଫଳ ହୋଇଛି ।