ପୁଣି ଦନ୍ତାହାତୀ ନେଲା ଜୀବନ । ହାତୀ ମୃତ୍ୟୁକୁ ନେଇ ରେଂଜ ଅଫିସରେ ସ୍ଥାନୀୟ ଲୋକଙ୍କ ଭଙ୍ଗାରୁଜା

39

କନକ ବ୍ୟୁରୋ : ଢେଙ୍କାନାଳରେ ବଢିବାରେ ଲାଗିଛି ହାତୀ ମୃତ୍ୟୁ । ମିଳିଥିବା ସୂଚନା ଅନୁସାରେ ହାତୀ ଆକ୍ରମଣ ପରେ ଜଣଙ୍କର ମୃତ୍ୟୁ ହେବାପରେ ସେଠାରେ ଭଙ୍ଗାରୁଜା ହୋଇଛି । ହାତୀ ଆକ୍ରମଣରେ ଢେଙ୍କାନାଳ ଷଢ଼ଙ୍ଗୀ ଗାଁରେ କୁଶନ ପ୍ରଧାନଙ୍କ ମୃତ୍ୟୁପରେ ଉତ୍ୟକ୍ତ ଗ୍ରାମବାସୀ ରେଜଂ ଅଫିସରେ ଭଂଗାରୁଜା କରିଛନ୍ତି । ଏହାକୁ ନେଇ ଷଢ଼ଙ୍ଗୀ ଗାଁରେ ଉତେଜନା ଜାରି ରହିଛି । ଭଂଗାରୁଜା ପରେ ରେଂଜର ଗନ୍ଦିଆ ଥାନାରେ ଅଭିଯୋଗ କରିଥିବା ବେଳେ ଦନ୍ତାହାତୀକୁ ନିଶ୍ଚେତକ ଦେଇ ଅନ୍ୟତ୍ର ନିଆଯିବ ବୋଲି କହିଛନ୍ତି ।

 

ସେପଟେ ହାତୀ ଯୋଗୁ ଫସଲ ଓ ଜୀବନହାନି ପାଇଁ ବନବିଭାଗକୁ ଦାୟୀ କରିଛନ୍ତି ଗ୍ରାମବାସୀ । କେବଳ ଆଜୁ ନୁହେଁ ଅନେକ ଦିନ ହେଲାଣି ହାତୀ ଗୋଟିଏ ପରେ ଗୋଟିଏ ଲୋକଙ୍କ ଜୀବନ ନେବାରେ ଲାଗିଛି । ପୂର୍ବରୁ ପର୍ଜଙ୍ଗ ଅଞ୍ଚଳରେ ଲୋକମାନଙ୍କ ଜୀବନ ନେଇଛି ଦନ୍ତାହାତୀ । ବାରମ୍ବାର ଲୋକଙ୍କୁ ମାରୁଥିବାରୁ ହାତୀକୁ ଯଥା ଶୀଘ୍ର ସ୍ଥାନାନ୍ତରଣ କରିବା ପାଇଁ ସ୍ଥାନୀୟ ଲୋକ ଦାବୀ କରିଛନ୍ତି ।