ଦନ୍ତାର ଗୋଡରେ ଅଟୋ ଟାୟାର ! ଟ୍ରାଙ୍କୁଲାଇଜର କରି ଚିକିତ୍ସା କରିବ ବନ୍ୟପ୍ରାଣୀ ଟିମ୍

22

କନକ ବ୍ୟୁରୋ : ଏକ ଅଟୋ ଟାୟାର ଭିତରେ ପଶିଲା ଦନ୍ତାହାତୀର ଗୋଡ । ଟାୟାର ଭିତରୁ ଗୋଡ କାଢିବା ପାଇଁ ଯେତେ ଚେଷ୍ଟା କଲେ ମଧ୍ୟ ସଫଳ ହୋଇପାରୁନି ଦନ୍ତା । ୨୦ଦିନ ହେଲାଣି ଏପରି ରହିବା ଫଳରେ ହାତୀଟିର ଗୋଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି । ହାତୀଟି ଭଲ ଭାବରେ ଚାଲିପାରୁନାହିଁ । ଅଧିକ କଷ୍ଟ ହେଲେ ହାତୀଟି ପାଣି ଭିତରେ ଗୋଡ ବୁଡାଇ ରଖୁଥିବା ଦେଖିବାକୁ ମିଳୁଛି । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠଗଡର ମେଘା ଜଙ୍ଗଲରେ ।

ବନବିଭାଗ ପାଖରେ ଏନେଇ ୨୦ଦିନ ହେଲା ଖବର ଥିଲେ ମଧ୍ୟ ହାତୀଟି ନିଜେ ଗୋଡରୁ ଟାୟାର କାଢିବ ଭାବି ବନବିଭାଗ କୌଶସି ପଦକ୍ଷେପ ନେଇନଥିଲା । ତେବେ ତାହା ହୋଇପାରିଲାନାହିଁ । ଗତ କିଛି ଦିନ ଧରି ହାତୀଟିକୁ ଏକ ନିର୍ଦ୍ଦିଷ୍ଟ ଜାଗାରେ ଦେଖାଯାଉଥିଲେ ମଧ୍ୟ ସୋମବାର ଦିନ ତାକୁ ପାଇନ’ଥିଲେ । ତେବେ ତାକୁ ଆଜି ଆଉଥରେ ଟ୍ରାକ କରାଯିବ । ଗଭୀର କ୍ଷତ ଯୋଗୁଁ ହାତୀଟି ଠିକ୍ ଭାବରେ ଚାଲିପାରୁନାହିଁ । ତେବେ ଶୀଘ୍ର ଚିକିତ୍ସା କରାନ’ଗଲେ ସଂକ୍ରମଣ ଯୋଗୁଁ ଗୋଡଟି ନଷ୍ଟ ହେବାର ଆଶଙ୍କା ରହିଛି ।