ଅଧରାତିରେ ନଈ ମଝିରୁ ମୁକୁଳିଲେ ଗଜରାଜ : କେନ୍ଦୁଝରରେ ଏକ ଟାପୁରେ ଫସି ଯାଇଥିଲେ ହାତୀପଲ

30

vlcsnap-2016-09-06-12h10m13s549କେନ୍ଦୁଝର : ଅଧ ରାତିରେ ନଦୀ ପଠାରୁ ମୁକୁଳିଲେ ହାତୀ ପଲ । ଗତକାଲି ରାତି ପ୍ରାୟ ଗୋଟାଏ ପାଖାପାଖି ହାତୀ ପଲ ଜଙ୍ଗଲ ମୁହାଁ ହୋଇଛନ୍ତି । ଗଜରାଜଙ୍କୁ ଜଙ୍ଗଲ ମୁହାଁ କରିବା ପାଇଁ ବନବିଭାଗକୁ ନାକେଦମ ହେବାକୁ ପଡିଥିଲା । ବହୁ ଚେଷ୍ଟା ପରେ ହାତୀ ମାନଙ୍କୁ ସୁରକ୍ଷିତ ଭାବେ ଜଙ୍ଗଲ ଆଡକୁ ଘଉଡାଇବାରେ ସଫଳ ହୋଇଛି ବନବିଭାଗ ।

ଗତକାଲି ୮ଟି ହାତୀ ବୈତରଣୀର ବଢି ପାଣିରେ ଫସିଯାଇଥିଲେ। । କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ ଅନ୍ତର୍ଗତ ଏକ ଟାପୁରେ ଏହି ହାତୀ ପଲ ଫସିରିହିଥିଲେ । ଟାପୁରେ ହାତୀ ପଲ ଥିବା ବେଳେ ହଠାତ ବୈତରଣୀରେ ମାଡିଆସିଥିଲା ବନ୍ୟାପାଣୀ । ଫଳରେ ହାତୀଗୁଡିକ ଟାପୁରେ ହିଁ ରାତିତମାମ ଫସିରିହିଥିଲେ । ସେଠାରୁ ମୁକୁଳିବା ସମ୍ଭବପର ହୋଇପାରିନଥିଲା । କାଲି ନଦୀ ପଠାରୁ ପାଣି ଖସିବା ପରେ ଅଧା ରାତିରେ ୮ଟି ହାତୀ ଜଙ୍ଗଲକୁ ପଳାଇଯାଇଥିବା ଜଣାପଡିଛି ।