ଜୟଦେବ ବାଟିକାରେ ଜଙ୍ଗଲୀ ହାତୀ ! ଦୁଇଦିନ ଲୁଚି ରହିବା ପରେ ପୁଣି ଗେଟ ଭାଙ୍ଗି ପାର୍କ ଭିତରେ ପଶିଲା ଗଜରାଜ

35

କନକ ବ୍ୟୁରୋ : ରାଜଧାନୀରେ ମାତିଛି ଜଙ୍ଗଲୀ ଦନ୍ତା । ଦୁଇ ଦିନ ହେଲା ଓୟୁଏଟି ଫାର୍ମ ହାଉସରେ ଲୁଚି ରହିଥିବା ହାତୀ, ଆଜି ଜୟଦେବ ବାଟିକାର ଲୁହା ଗେଟ୍ ଭାଂଗି ଭିତରକୁ ପଶିଛି । ଫଳରେ ଆଜି ଦିନକ ପାଇଁ ବନ୍ଦ ରହିଛି ଜୟଦେବ ବାଟିକା । ଦିନରେ ହାତୀ ଚଳପ୍ରଚଳ କରୁନଥିବାରୁ ଘଉଡାଇବାକୁ ରାତିକୁ ଅପେକ୍ଷା କରିଛି ବନବିଭାଗ ।

elephantରାଜଧାନୀରେ ଘୁରିବୁଲୁଛି ଜଙ୍ଗଲୀ ଦନ୍ତା । ଓୟୁଏଟି ଫାର୍ମ ପରେ ଖାଦ୍ୟ ପାଇଁ ହାତୀ ପଶିଛି ଜୟଦେବ ବାଟିକାରେ । ଲୁହା ପାଚେରୀ ଭାଂଗି ଦନ୍ତା ପଶିଛି ପାର୍କ ଭିତରେ । ଆଉ ଭିତରେ ବ୍ୟାପକ କ୍ଷୟକ୍ଷତି କରିଛି । ଓୟୁଏଟି ଫାର୍ମ ହାଉସ ପରିସରରେ ଦୁଇ ଦିନ ଧରି ରହିବା ପରେ ହାତୀଟି ଏବେ ଖଣ୍ଡଗିରି ଅଂଚଳରେ ଘୁରି ବୁଲୁଛି ।

ଜୟଦେବ ବାଟିକାରେ ଜଙ୍ଗଲୀ ହାତୀ । ସକାଳୁ ଏହି ଖବର ମିଳିବା ପରେ ଶନିବାର ବନ୍ଦ ରହିଥିଲା ଜୟଦେବ ବାଟିକା । ଆଉ ପାର୍କ ଆସି ଫେରିଥିଲେ ପର୍ଯ୍ୟଟକ । ଦୁଇ ଦିନ ଧରି ହାତୀଟି ଓୟୁଏଟି ଫାର୍ମ ହାଉସ ପରିସରରେ ଲୁଚି ରହିଥିଲା । ଏପରିକି ଗେଟ୍ ଓ ପାଚେରୀ ଭାଂଗି ରାସ୍ତା ଉପରେ ଦୌଡୁଥିବା ଦୃଶ୍ୟ ଦେଖିବାକୁ ମିଳିଥିଲା । ଫଳରେ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳିଯାଇଛି ।

ଖାଦ୍ୟ ଅନ୍ୱେଷଣରେ ଦନ୍ତା ହାତୀଟି ନିକଟ ଭରତପୁର ହସ୍ତୀ ଅଭୟାରଣ୍ୟରୁ ଏଠାକୁ ଚାଲିଆସିଥିବା ସନ୍ଦେହ କରାଯାଉଛି । ସାଧାରଣତଃ ଦିନରେ ହାତୀର ଚଳପ୍ରଚଳ ନଥାଏ । ତେଣୁ ଅନ୍ଧାରକୁ ଅପେକ୍ଷା କରିଛି ବନବିଭାଗ । ଏବେ ବନବିଭାଗ ଓ ପୋଲିସ ପକ୍ଷରୁ ହାତୀକୁ ଘଉଡାଇବାକୁ ଚାଲିଛି ପ୍ରୟାସ ।