ଜଙ୍ଗଲ ଛାଡି ରାଜପଥରେ ଗଜରାଜ: ରାସ୍ତାର ଦୁଇ ପାଶ୍ୱର୍ରେ ଅଟକି ରହିଲା ଶହଶହ ଗାଡି

100

କନକ ବ୍ୟୁରୋ : ରାଜପଥରେ ହାତୀ । ଜଙ୍ଗଲ ଛାଡି ରାଜରାସ୍ତାରେ ମାତିଛନ୍ତି ହାତୀପଲ । ୫୫ ନମ୍ବର ଜାତୀୟ ରାଜପଥ ଆଠଗଡ ନିକଟ ବାଳୀ ସୁନିଆ ମୁହଁ ନିକଟରେ ରାସ୍ତା ଅତିକ୍ରମ କରୁଥିବା ବେଳେ କିଛି ସମୟ ଧରି ଅଟକି ରହିଥିଲେ । ଏପରିକି ଲୋକଙ୍କୁ ଆଡକୁ ମାଡି ଯାଇଥିଲେ ହାତୀ ପଲ । ରାଜରାସ୍ତାରେ ହାତୀପଲର ଉତ୍ପାତ ଯୋଗୁଁ ବେଶ କିଛି ସମୟ ଧରି ଉଭୟ ପାଶ୍ୱର୍ରେ ଶତାଧିକ ଗାଡି ମଟର ଅଟକି ରହିଥିଲା । ବନବିଭାଗ ପହଂଚି ହାତୀପଲକୁ ଘଉଡାଇବା ପରେ ଗାଡି ଚଳାଚଳ ସ୍ୱାଭାବିକ ହୋଇଥିଲା ।

କିନ୍ତୁ ହାତୀପଲ ଏବେ ବି ରାସ୍ତା କଡରେ ରହିଥିବାରୁ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଛି । ଗତକାଲି ଆଠଗଡ ବନଖଣ୍ଡ ଅଧୀନରେ ଥିବା ସାରକୋଳି ଗାଁରେ ମଧ୍ୟ ବଣୁଆ ହାତୀଙ୍କ ଆତଙ୍କ ଦେଖିବାକୁ ମିଳିଥିଲା । ହାତୀ ଘଉଡାଇବା ବେଳେ ଲୋକଙ୍କ ଆଡକୁ ମାଡି ଆସିଥିଲେ ହାତୀ ପଳ । ଏଭଳି ଉପଦ୍ରବ ଦେଖି ଭୟଭିତ ହୋଇପଡିଛନ୍ତି ଲୋକେ । ବଉଳ ସଂରକ୍ଷିତ ଜଙ୍ଗଲରୁ ୨୨ଟି ହାତୀ କିଛି ଦିନ ହେବ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛନ୍ତି । ଜଙ୍ଗଲରୁ ବାହାରି ଜନବସତି ଆଡକୁ ଚାଲିଆସୁଛନ୍ତି ।

ଦେଖନ୍ତୁ ଏହି ଭିଡଓ :