ଜଙ୍ଗଲକୁ ବାହୁଡିଲେ ଗଜରାଜ ! ହେଲେ ଜଙ୍ଗଲ ବିଭାଗର ରାତିଅଧିଆ ଅପରେସନକୁ ନେଇ ଉଠିଲା ପ୍ରଶ୍ନ

27

କନକ ବ୍ୟୁରୋ : ରାଜଧାନୀ ବାସୀଙ୍କୁ ନାକେଦମ କରି ଶେଷରେ ସୁରକ୍ଷିତ ଭାବେ ଜଙ୍ଗଲ ଭିତରକୁ ବାହୁଡି ଯାଇଛି ଗଜରାଜ । ଗତ ତିନି ଦିନ ଧରି ରାଜଧାନୀର ରାଜରାସ୍ତାରେ ଆତଙ୍କ ଖେଳାଇ ଦେଇଥିଲା ଏହି ହାତୀ । ପଛରେ ଥିଲେ ବନବିଭାଗ କର୍ମଚାରୀ, ସ୍ଥାନୀୟ ଲୋକେ ଆଉ ଆଗରେ ଦୌଡୁଥିଲା ହାତୀ । ଏହି ଘଟଣା ପରେ ବନବିଭାଗର ପାରିବା ପଣିଆ ଉପରେ ପ୍ରଶ୍ନ ଉଠାଇଛନ୍ତି ବିଶେଷଜ୍ଞ ।

Elephantଆଗରେ ଆଗରେ ଦୌଡୁଥାଏ ହାତୀ, ଆଉ ପଛରେ ବନବିଭାଗ କର୍ମଚାରୀ ଓ ସ୍ଥାନୀୟ ଲୋକେ । ରାଜଧାନୀର ଖଣ୍ଡଗିରି ସ୍ଥିତ ଜୟଦେବ ବାଟିକାରେ ଦୀର୍ଘ ତିନି ଦିନ ଧରି ଏଭଳି ଘଟଣା ଦେଖିବାକୁ ମିଳୁଥିଲା । ହାତୀ କୁଆଡେ ଯିବ କଣ କରିବ କେହି ଜାଣିପାରୁନଥାନ୍ତି ।ସାମ୍ନାରେ ଯିଏ ପଡିବ ତା ଅବସ୍ଥା କଣ ହେବ ତାହା ଯେକେହି ବି ସହଜରେ ଅନୁମାନ କରିପାରିବେ ।ଯଦି ହାତୀ ଜନବସତି ଭିତରକୁ ଚାଲି ଆସେ,ତେବେ ହାତୀକୁ ଘୋଉଡାଇବା ପାଇଁ କଣ କରାଯିବା ଉଚିତ ସେନେଇ ବନ ବିଭାଗ ପାଖରେ କୌଣସି ଯୋଜନା ନାହିଁ ।

ବନ୍ୟପ୍ରାଣୀଙ୍କ ଷେତ୍ରରେ କାମ କରୁଥିବା ବିଭିନ୍ନ ସ୍ୱେଚ୍ଛାସେବୀ ମତାମତ ଦେଉଛନ୍ତି, ହାତୀକୁ ଟ୍ରାଙ୍କୁଲାଇଜ କରାଯାଇ ଜଙ୍ଗଲ ଭିତରକୁ ସ୍ତାନାନ୍ତରିତ କରାଯିବା ଠିକ ଥିଲା କ଼ିନ୍ତୁ ବନ ବିଭାଗ କହୁଛି ଏହି ପରାମର୍ଶ ସବୁବେଳେ ଠିକ ନୁହେଁ ।ଟ୍ରାଙ୍କୁଲାଇଜ କରାଯିବା ଉଚିତ ଥିଲା କି ନାହିଁ କିମ୍ବା ହାତୀକୁ ଏଭଳି ଘଉଡାଇବା ଠିକ କି ନୁହେଁ ,ତାହା ଏବେ ବିର୍ତକର ବିଷୟ । କିନ୍ତୁ ଜନବସତି ଭିତରକୁ ଦନ୍ତା ଚାଲି ଆସିଲେ କଣ କରାଯିବା ଉଚିତ, ସେନେଇ ସଠିକ ଯୋଜନା ରହିବା ନିହାତି ଆବଶ୍ୟକ ।