ଢେଙ୍କାନାଳରେ ହାତୀପଲ କଟକ-ତାଳଚେର ରେଳଧାରଣା ପାର ବେଳେ ଅଟକିଲା ଟ୍ରେନ !

22

କନକ ବ୍ୟୁରୋ : ଟ୍ରେନ ଅଟକାଇଲେ ହାତୀପଲ । ରାଜରାସ୍ତାରୁ ଯାଇ ଏବେ ଗାଁ ଭିତରେ ଓ ରେଳଧାରଣାରେ ହାତୀପଲଙ୍କ ରାଜ୍ । ଢେଙ୍କାନାଳରେ ହଳଦିବାହଲ ନିକଟରେ କଟକ-ତାଳଚେର ରେଳଧାରଣାରେ ହାତୀପଲ ପାର ହେବା ବେଳେ ଅଟକି ରହିଲା ଟ୍ରେନ । ଆଜି ସକାଳୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । ପ୍ରାୟ ୬୦ରୁ ଅଧିକ ହାତୀ ଢେଙ୍କାନାଳ ବଂନାଂଚଳରୁ ବାହାରି ରାସ୍ତାପାର ହୋଇ ହଳଦିବାହଲରେ ପହଂଚିଥିଲେ ।

 

 

 

 

 

 

୪୦ଟି ହାତୀ ନିକଟସ୍ଥ ରୋଡା ଗାଁ ଭିତରେ ପଶି ଉପଦ୍ରବ କରୁଥିବା ବେଳେ ଆଉ ୨୦ଟି ହାତୀ ରେଳଧାରଣା ପାର ହୋଇଥିଲେ । ହାତୀପଲ ରେଲୱେ ଟ୍ରକ ପାର ହେଉଥିବା ବେଳେ ସେହି ଟ୍ରାକରେ ଆସୁଥିବା ଟ୍ରେନ କିଛି ଦୂରରେ ଅଟକି ହର୍ଣ୍ଣ ଦେଇଥିଲା । ପ୍ରାୟ ଅଧ ଘଂଟା ଯାଏଁ ଟ୍ରେନଟି ଟ୍ରାକରେ ଅଟକି ରହିଥିଲା । ସେପଟେ ରୋଡା ଗାଁରେ ହାତୀପଲ ଆତଙ୍କ ଚଳାଇଥିବା ବେଳେ ଲୋକେ ଘର ଛାଡି ଅନ୍ୟତ୍ର ପଳାଇଯାଇଥିବା ଜଣାପଡିଛି ।