ମହାନଦୀରେ ଅଭାବନୀୟ ଦୃଶ୍ୟ ! ନଦୀର ପ୍ରଖର ସ୍ରୋତରେ ଭାସିଗଲେ ହାତୀପଲ, ସୁଅ କାଟି ନପାରି କୂଳକୁ ଫେରିଗଲେ ଗଜରାଜ ।

43

କନକ ବ୍ୟୁରୋ : ମୁଣ୍ଡୁଳୀ ନିକଟରେ ଭରା ମହାନଦୀରେ ପାରି ହେବା ବେଳେ ଫସିଗଲେ ଗଜରାଜ । ବନ୍ୟା ଜଳର ପ୍ରଖର ସ୍ରୋତରେ ହାତୀପଲ ଫଶି ଯିବାର ଅଭାବନୀୟ ଦୃଶ୍ୟ ଦେଖିବାକୁ ମିଳିଥିଲା । ଆଠଗଡ ବନଖଣ୍ଡରୁ ବାହାରି ମୁଣ୍ଡଳି ନିକଟରେ ହାତୀ ପଲ ମହାନଦୀ ପାରି ହେଉଥିବା ବେଳେ ସୁଅରେ ଭାସି ଯାଇ ପହଁରୁଥିଲେ । ନଦୀ ପାର ପାଇଁ ବହୁ ଚେଷ୍ଟା କରିବା ପରେ ମଧ୍ୟ ହାତୀପଲ ପାଣିର ସୁଅକୁ କାଟି ନପାରି ପୁଣି କୂଳକୁ ଫେରି ଆସିଥିଲେ ।

ମହାନଦୀରେ ଅଭାବନୀୟ ଦୃଶ୍ୟ ! ଅକାତକାତ ପାଣିରେ ଫସିଗଲେ ଗଜରାଜ । କଟକ ମୁଣ୍ଡୁଳୀ ନିକଟରେ ମହାନଦୀରେ ଦେଖିବାକୁ ମିଳିଥିଲା ଏମିତି କିଛି ଦୃଶ୍ୟ । ମହାନଦୀ ପାର ହେଉଥିବା ବେଳେ ବନ୍ୟା ଜଳର ପ୍ରଖର ସ୍ରୋତରେ ଫଶିଯାଇଥଲେ ହାତୀପଲ । ଯେତେବେଳେ ହାତୀଗୁଡିକ ମହାନଦୀର ଅକାତକାତ ପାଣି ଭିତରେ ପହଁରୁଥିଲେ ସେହି ସମୟରେ ମୋବାଇଲରେ କଏଦ ହୋଇଥିଲା ଏହି ଅଭାବନୀୟ ଦୃଶ୍ୟ । ମହାନଦୀ ପାଣିରେ ଫସିଥିବା ହାତୀପଲ ପରେ ନଦୀପାର ହୋଇନପାରି ବହୁ କଷ୍ଟରେ କୂଳକୁ ଫେରିଯାଇଛନ୍ତି ।

ପ୍ରଖର ସ୍ରୋତରେ ଫସିଗଲେ ହାତୀପଲ । ସୁଅ କାଟି ନପାରି ଫେରିଗଲେ ହାତୀ । ଆଠଗଡ ପଟୁ ମହାନଦୀ ପାର ହୋଇ ଚନ୍ଦକା ଆସୁଥିବା ବେଳେ ପ୍ରଖର ସ୍ରୋତରେ ଫସି ଯାଇଥିଲେ ହାତୀପଲ । ୫ଟିି ହାତୀ ପାଣି ସୁଅରେ କିଛି ବାଟ ଠେଲି ହୋଇଯାଇ ପହଁରି୍ଥିଲେ । ହେଲେ ନଦୀର ପ୍ରଖର ସ୍ରୋତକୁ କାଟି ନଦୀ ପାର ହୋଇପାରିନଥିଲେ । ଶେଷରେ ନିରାଶ ହୋଇ କିଛି ସମୟ କସରତ ପରେ ପୁଣି ଆଠଗଡ ବନଖଣ୍ଡକୁ ଫେରିଯାଇଥିଲେ ହାତୀପଲ । ଆଜି ବଢ଼ିଭୋରରୁ କ୍ୟାମେରାରେ କଏଦ ହୋଇଥିଲା ମହନଦୀର ମୁଣ୍ଡୁଳି ନିକଟର ଏହି ଅଭାବନୀୟ ଦୃଶ୍ୟ । ସୂଚନା ଅନୁଯାୟୀ ହାତୀପଲରେ ୨୦ଟି ହାତୀ ଥିବା ବେଳେ ସେମାନଙ୍କ ମଧ୍ୟରୁ ୫ଟି ହାତୀ ଭରା ନଦୀରେ ଫଶିଯାଇଥିଲେ ।