ସୁନ୍ଦରଗଡର ହାତୀ ଉତ୍ପାତ ! କେ.ବଲାଙ୍ଗ ଥାନାରେ ପଶିଲେ ହାତୀପଲ, ବ୍ୟାପକ ଭଙ୍ଗାରୁଜା, ଲୋକେ ଆତଙ୍କିତ

19

କନକ ବ୍ୟୁରୋ : ଥାନା ଭାଙ୍ଗିଦେଲେ ଜଙ୍ଗଲି ହାତୀ । ସୁନ୍ଦରଗଡ ଜିଲ୍ଲା ବଣେଇ ନିକଟ କେ.ବଲାଙ୍ଗ ଥାନାକୁ ଭାଙ୍ଗି ଦେଇଛନ୍ତି ହାତୀ ପଲ । ଗତକାଲି ରାତିରେ ୨୧ଟି ହାତୀ ଥାନା ଓ ନିକଟରେ ଥିବା ସିଆରପିଏଫ କ୍ୟାଂପରେ ପଶି ବ୍ୟାପକ ଭଙ୍ଗାରୁଜା କରିଛନ୍ତି । ସିଆରପିଏଫ କ୍ୟାଂପର ବାଡ, ରୋଷେଇ ଶାଳ, ନଳକୂପ ଭାଙ୍ଗି ଦେଇଛନ୍ତି ହାତୀ ପଲ । ୩ ଦନ୍ତା ସମେତ ୨୧ଟି ହାତୀ ସୁରକ୍ଷାକର୍ମୀଙ୍କ କ୍ୟାଂପରେ ଏହି ଉତ୍ପାତ କରିଥିବା ପ୍ରତ୍ୟକ୍ଷଦର୍ଶୀ କହୁଛନ୍ତି । ସେହିପରି କେ.ବଲାଙ୍ଗ ୟୁପି ସ୍କୁଲରେ ମଧ୍ୟ ଭଙ୍ଗାରୁଜା ହୋଇଥିବା ଖବର ମିଳିଛି । ଅଂଚଳରେ ବେଶ କିଛି ଦିନ ହେବା ହାତୀପଲଙ୍କ ଉତ୍ପାତ ବଢିଛି । ହେଲେ ବନବିଭାଗ ହାତୀପଲଙ୍କୁ ଘଉଡାଇବାରେ ବିଫଳ ହୋଇଥିବାରୁ କେବଲାଙ୍ଗ ଥାନା ଭଙ୍ଗା ଭଳି ଅଘଟଣ ଘଟିଥିବା ଅଂଚଳରେ ଚର୍ଚ୍ଚା ହେଉଛି ।