କେନ୍ଦୁଝର ପାଟଣା ଅଂଚଳରେ ମାତିଲେ ଗଜରାଜ ! ୨୩ରୁ ଅଧିକ ହାତୀପଲ ଗାଁ ମୁଣ୍ଡରେ ପକାଇଛନ୍ତି ଡେରା

35

କନକ ବ୍ୟୁରୋ : କେନ୍ଦୁଝର ପାଟଣା ଅଂଚଳରେ ମାତିଛନ୍ତି ଗଜରାଜ । ୨୩ରୁ ଅଧିକ ହାତୀପଲଙ୍କ ଗାଁ ମୁଣ୍ଡରେ ଡେରା ପକାଇଛନ୍ତି । ହାତୀପଲ ରହିବା ଫଳରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ହାତୀଙ୍କୁ ଘଉଡାଇବା ଲାଗି ବନବିଭାଗର ଉଦ୍ୟମ ଜାରି ରଖିଛି । ଖାଦ୍ୟ ଅନ୍ୱେଷଣରେ ହାତୀ ପଲ ଜଙ୍ଗଲ ବାହାରକୁ ଆସିଥିବା ଅନୁମାନ କରାଯାଇଛି । ୨୩ରୁ ଅଧିକ ହାତୀଙ୍କ ଆତଙ୍କ ଯୋଗୁଁ ଫସଲ ବି ନଷ୍ଟ ହେବାର ଆଶଙ୍କା ଦେଖାଦେଇଛି । ଲୋକ ଭୟରେ କାଳାତିପାତ କରୁଛନ୍ତି । ଘରୁ ମଧ୍ୟ ବାହାରିବା ପାଇଁ ଅଂଚଳବାସୀ ଡରୁଛନ୍ତି ।

ସୂଚନାଯୋଗ୍ୟ କିଛି ଦିନ ପାଇଁ କେନ୍ଦୁଝର ଅଂଚଳରେ ହାତୀ ଉପଦ୍ରବ କମିଯାଇଥିଲା । ଏବେ ପୁଣି ଥରେ ହାତୀପଲ ମାତିଛନ୍ତି । ତେବେ କିଛି ଦିନ ଥମିଯିବା ପରେ ପୁଣି ମାଡ଼ି ଆସିଛନ୍ତି ହାତୀ । ଜଙ୍ଗଲ ନଷ୍ଟ ହେବା ଯୋଗୁଁ ହାତୀଙ୍କୁ ଖାଦ୍ୟ ମିଳୁନି ଆଉ ସେଥିପାଇଁ ସେମାନେ ଗାଁ ତଥା ସହରମୁହଁ ହେଉଛନ୍ତି ।