କେନ୍ଦୁଝର : ଚମ୍ପୁଆରେ ୨ମାସରୁ ଅଧିକ ସମୟ ଧରି ହାତୀଙ୍କ ଉତ୍ପାତ ଜାରି

25

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆରେ ହାତୀ ଉପଦ୍ରବ । ଗତ ୨ମାସରୁ ଅଧିକ ସମୟ ଧରି ୧୯ଟି ହାତୀ ଉତ୍ପାତ ଜାରି ରଖିଛନ୍ତି । ଘର ଭଙ୍ଗାରୁଜା କରିବା ସହ ଫସଲ ନଷ୍ଟ କରୁଛନ୍ତି । ଗତକାଲି ଏହି ହାତୀମାନେ ଚମ୍ପୁଆ ବନଖଣ୍ଡ ଅଧିନ କାଦଗଡିଆ ଗାଁ ନିକଟରେ ରହିଥିଲେ । ପରେ ସନ୍ଧ୍ୟା ସମୟରେ ସେମାନେ କରଂଜିଆ ନିକଟ ପଡୁଆ ଗାଁକୁ ଚାଲି ଆସିଥିଲେ । ସେଠାରେ ରାତିରେ ୫ଟି ଘର ଭାଂଗିବା ସହ ସକାଳେ ଉଖୁଣ୍ଡା ପାଖ ବର୍ଧନା ଜଙ୍ଗଲକୁ ଚାଲିଯାଇଛନ୍ତି । ଚମ୍ପୁଆରେ ହାତୀ ଘଉଡାଇବା ପାଇଁ ୩୫ଜଣଙ୍କୁ ନିୟୋଜିତ କରାଯାଇଥିବା କେନ୍ଦୁଝର ଡିଏଫଓଙ୍କ ନିକଟରୁ ପ୍ରକାଶ ।