ଯୋଡାରେ ଦନ୍ତା ରାଜ୍ ! ଚାଲିଛି ହାତୀ-ମଣିଷର ଲଢେଇ, ହଜିଯାଇଛି ନିଦ ଓ ବଢ଼ୁଛି ଭୟ

41

କନକ ବ୍ୟୁରୋ : ଯୋଡା ଅଂଚଳରେ ହାତୀଙ୍କ ଉପଦ୍ରବ । କେତେବେଳେ ହାତୀମାନେ ଲୋକଙ୍କ ଘର ଭାଂଗୁଛନ୍ତି ତ କେତେବେଳେ ଯାଉଛି ଜୀବନ । ଦିନବେଳେ ହାତୀମାନେ ଜନବସତିକୁ ଆସୁନଥିବାବେଳେ ସଂଧ୍ୟାହେଲେ କିନ୍ତୁ ଲୋକଙ୍କ ଉପରେ ହାତୀ କରୁଛନ୍ତି ଆକ୍ରମଣ । କେନ୍ଦêଝର ଜିଲା ଚଂପୁଆ ରେଂଜ ଅଚଳରେ ହାତୀ ଆତଙ୍କ । ଗତ କିଛିଦିନ ହେଲା ୬୧ରୁ ଅଧିକ ହାତୀ ଏହି ଅଂଚଳକୁ ପଶିଆସିଛନ୍ତି । ଏହି ହାତୀପଲ ସ୍ଥାନୀୟ ଅଂଚଳରେ ବ୍ୟାପକ ଫସଲ ନଷ୍ଟ କରୁଥିବାବେଳେ ଲୋକଙ୍କୁ ଆକ୍ରମଣ ମଧ୍ୟ କରୁଛନ୍ତି । ଫଳରେ ଏଠାରେ ନିତିଦିନ ଚାଲିଛି ହାତୀ ଓ ମଣିଷ ମଧ୍ୟରେ ଲଢେଇ ।ଏପରିକି ହାତୀଙ୍କ ଆକ୍ରମଣ ଭୟରେ ଘରୁ ବାହାରିବାକୁ ଲୋକ ଡରୁଛନ୍ତି ।

ହାତୀ ପଲରେ ୨ଟି ଦନ୍ତାହାତୀ ଥିବାବେଳେ ୩ଟି ଛୁଆ ହାତୀ ରହିଛନ୍ତି । ଗତକାଲି ହାତୀ ଆକ୍ରମଣରେ ୨ ଜଣ ଆହତ ହୋଇଥିବା ବେଳେ ଆଜି ଜଣକର ମୃତ୍ୟୁ ଘଟିଛି । ଅନ୍ୟପଟେ ହାତୀ ପଲଙ୍କୁ ଘଉଡାଇବାକୁ ନାକେଦମ ହୋଇଛି ବନବିଭାଗ । ସ୍ଥାନୀୟ ଲୋକେ ଓ ବନ ବିଭାଗର କର୍ମଚାରୀ ମିଶି ବାଣ ଫୁଟାଇ ହାତୀ ଘଉଡାଉଛନ୍ତି । ଦିନେ କି ଦୁଇଦିନ ନୁହଁ ଗତ କିଛିଦିନ ହେବ ହାତୀପଲ ଚଂପୁଆ ରେଂଜ ଅଂଚଳରେ ଉପଦ୍ରବ ଜାରି ରଖିଥିବାବେଳେ ଏମାନଙ୍କୁ ଘଉଡାଇବାରେ ବନ ବିଭାଗ ଫେଲ ମାରିଛି ।

ତେବେ ଏହା ପ୍ରଥମ ଥର ନୁହେଁ । ଗତ ମାସରେ ମଧ୍ୟ ଯୋଡା ଚମ୍ପୁଆ ରେଂଜ ବାଲିବନ୍ଧ ଓ ବାମବାରୀ ଅଂଚଳରେ ହାତୀ ପଲଙ୍କ ଉତ୍ପାତ ଦେଖିବାକୁ ମିଳିଥିଲା । ହାତୀ ପଲରେ ଥିଲେ ୪୮ଟି ହାତୀ । ଗାଁରେ ଭିତରେ ହାତୀ ପଲ ପଶି ବ୍ୟାପକ ଫସଲ ନଷ୍ଟ କରିତିଲେ । ତେବେ ସେତେବେଳ ହାତୀ ଘଉଡାଇବା ପାଇଁ ଚମ୍ପୁଆ ରେଞ୍ଜର ୫ଟି ସେକ୍ସନରେ ୨୫ଜଣ ଲୋକଙ୍କୁ ନିୟୋଜିତ କରାଯାଇଥିଲା । କିନ୍ତୁ ଯେତେ ଚେଷ୍ଟା କଲେ ମଧ୍ୟ ହାତୀ ଉପଦ୍ରବ କମୁନି, ଆତଙ୍କ ଜାରି ରହିଛି । ଭୟରେ କାଳାତିପାତ କରୁଛନ୍ତି ଲୋକେ ।