ରାଜରାସ୍ତାରେ ଦନ୍ତା ରାଜ୍ ! ଚାଲିଛି ହାତୀ-ମଣିଷର ଲଢେଇ

35

କନକ ବ୍ୟୁରୋ : ଢେଙ୍କାନାଳ ସଦର ରେଂଜ ହଳଦିଆବାହାଳ ଠାରୁ ନିମିଧା ପର୍ଯ୍ୟନ୍ତ ୫୫ନଂ ଜାତୀୟ ରାଜପଥରେ ଗତ ଏକ ସପ୍ତାହ ଧରି ଲଗାତାର ହାତୀପଲଙ୍କ ଉପଦ୍ରବ ଲାଗିରହିଛି । ୨ ଦିନରେ ୩ ଜଣ ଆହତ ହେବା ସହିତ ଜଣେ ମହିଳାଙ୍କ ହାତୀ ଆକ୍ରମଣରେ ମୃତ୍ୟୁ ହୋଇଛି । ତେବେ ହାତୀ ଆକ୍ରମଣକୁ ନେଇ ଏବେ ସ୍ଥାନୀୟ ଅଂଚଳରେ ଆତଙ୍କ ଦେଖାଦେଇଥିବାବେଳେ କନକ ନ୍ୟୁଜ ଟିମ ଏହି ଅଂଚଳରେ ଗୋଟିଏ ଦିନ ଏବଂ ରାତି ବିତାଇଛି ।

ହାତୀପଲଙ୍କ ପାଇଁ ଜାତୀୟ ରାଜପଥରେ ଅଟକି ରହିଥିଲା ଶହଶହ ଗାଡି । ରାଜପଥରେ ହାତୀପଲ ଯାଉଥିବାବେଳେ ଗୋଟିଏ ହାତୀ ହଠାତ୍ ଗାଡିଗୁଡିକ ଆଡକୁ ମାଡିଆସିଥିଲ । । ତେବେ କୌଣସି ଆକ୍ରମଣ ନ କରି ହାତୀଟି ଜଂଗଲ ମଧ୍ୟକୁ ପଳାଇଯାଇଥିଲେ ବି ପଥଚାରୀଙ୍କ ମଧ୍ୟରେ ଭୟ ସୃଷ୍ଟି କରିଥିଲା । ୫୫ନଂ ଜାତୀୟ ରାଜପଥ ଉପରେ ୨୭ଟି ଅବରୋଧ କରି ରଖିଥିଲେ । ଫଳରେ ଯାନବାହାନ ଚଳାଚଳ ଠପ ଥିବାବେଳେ ଦୀର୍ଘସମୟ ଧରି ଲୋକମାନେ ହଇରାଣ ହୋଇଥିବାର ଦେଖାଯାଇଥିଲା ।

ହଳଦିଆବାହାଳ, ଗଉଡକାଟେଣୀ, ନିମିଧା ଆଦି ଅଂଚଳରେ ହାତୀପଲ ପ୍ରବଳ ତାଣ୍ଡବ ରଚାଉଛନ୍ତି । ଘରଦ୍ୱାର ଭାଗିଂବା ସହିତ ଫସଲ ନଷ୍ଟ ଲାଗି ରହିଛି । ସେହି ହାତୀପଲରେ ଥିବା ଦନ୍ତା ଲୋକମାନକୁଂ ଆକ୍ରମଣ କରୁଛି । ଏଥିରେ ୨ଜଣ ଆହତ ହୋଇଥିବାବେଳେ ଜଣଙ୍କର ମୃତ୍ୟୁ ଘଟିଛି । କନକ ନ୍ୟୁଜ ଟିମ ଯେତେବେଳେ ସ୍ଥିତି ପରଖିବାକୁ ଉଦ୍ୟମ କରିଥିଲା ସେତେବେଳେ ସଂଧ୍ୟା ସମୟରେ ମଣିଷମରା ଦନ୍ତାକୁ ନିର୍ବିଘ୍ନରେ ବୁଲୁଥିବା ଦେଖିବାକୁ ପାଇଥିଲା ।