ହାତୀଙ୍କ ରାସ୍ତାରୋକ ! ଢେଙ୍କାନାଳ ଏମଜିଏମ କମ୍ପାନୀ ନିକଟ ୫୫ନମ୍ବର ଜାତୀୟ ରାଜପଥ ଉପରେ ହାତୀପଲଙ୍କ ଆତଙ୍କ

31

କନକ ବ୍ୟୁରୋ : ହାତୀଙ୍କ ରାସ୍ତାରୋକ । ୫୫ନମ୍ବର ଜାତୀୟ ରାଜପଥ ଉପରେ ୨୭ଟି ହାତୀ ଆଜି ସକାଳୁ ପୁଣି ଆତଙ୍କ ଚଳାଇଥିଲେ । ଢେଙ୍କାନାଳ ସଦର ରେଂଜ ହଳଦିବାହାଳ ଏମଜିଏମ କମ୍ପାନୀ ନିକଟ ଦେଇ ଯାଇଥିବା ୫୫ନମ୍ବର ଜାତୀୟ ରାଜପଥ ଉପରେ ହାତୀପଲ ଠିଆ ହୋଇଥିଲେ । ୬ଟାରୁ ୮ଟା ପର୍ଯ୍ୟନ୍ତ ରାଜପଥ ଅବରୋଧ କରି ରଖିଥିଲେ । ଫଳରେ ଯାନବାହାନ ଚଳାଚଳ ଠପ୍ ହୋଇଯାଇଥିଲା ।

ମେଘୁଆ ପାଗ ସାଙ୍ଗକୁ କୁହୁଡି ଯୋଗୁଁ ହାତୀ ଗୁଡିକ ସହଜରେ ରାଜପଥରୁ ଜଂଗଲକୁ ଯାଇନଥିଲେ । ହାତୀପଲରୁ ଏକ ଦନ୍ତା ହାତୀ ଗଉଡକାଟେଣୀ ବାଲିସାହିରେ ଜଣେ ମନ୍ଦିର ପୂଜାରୀଙ୍କୁ ଆକ୍ରମଣ କରିବା ଫଳରେ ସେ ଗୁରୁତର ଅବସ୍ଥାରେ ଅନୁଗୁଳ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ବନ ବିଭାଗର ଏଲିଫାଣ୍ଟ୍ ସ୍କାର୍ଡ ହାତୀ ଘଉଡେଇବାରେ ସକ୍ଷମ ହେଉନଥିବାରୁ ପ୍ରତି ଦିନ ହାତୀଙ୍କ ଉପଦ୍ରବରେ ଜାତୀୟ ରାଜପଥରେ ଯାନବାହନ ଚଳାଚଳରେ ବ୍ୟାଘାତ ସୃଷ୍ଟି କରୁଛି ।