ଜଙ୍ଗଲ ଛାଡି ଜନବସତି ମୁହାଁ ଗଜରାଜ ! ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ହାତୀ ଉତ୍ପାତ

57

କନକ ବ୍ୟୁରୋ: ଜଙ୍ଗଲ ଛାଡି ଜନବସତି ମୁହାଁ ହୋଇଛନ୍ତି ହାତିପଲ । ଅନେକ ସମୟରେ ହାତୀ ମଣିଷ ଲଢେଇର ଦୃଶ୍ୟ ସାମ୍ନାକୁ ଆସିଛି । କେତେବେଳେ ମଣିଷ ହରମାନିଛି ତ ଆଉ କେତେବେଳେ ହାତୀ । ଏହାରି ଭିତରେ ଭୁବନେଶ୍ୱର ଉପକଣ୍ଠ ଚନ୍ଦକାରେ ମଧ୍ୟ ହାତୀ ଉତ୍ପାତ କରିଛନ୍ତି । ଗତକାଲି ରାତିରେ ହାତି ଆକ୍ରମଣରେ ଚନ୍ଦକାରେ ୩ଟି ମଇଁଷିର ମୃତ୍ୟୁ ହୋଇଥିବା ବେଳେ ୫ଟି ମଇଁଷି ଆହତ ହୋଇଛି ।