କେନ୍ଦୁଝରର ଚମ୍ପୁଆ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ : ଧାନ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଦେଲେ ହାତୀ ପଲ

27

କନକ ବ୍ୟୁରୋ : କେନ୍ଦୁଝର ଜିଲ୍ଲା ଚମ୍ପୁଆ ରେଞ୍ଜ ଅଂଚଳରେ ହାତୀ ଉପଦ୍ରବ । ଗତ ୨ ମାସ ଧରି ଏହି ଅଂଚଳରେ ୨୩ଟି ହାତୀ ଚଳପ୍ରଚଳ କରୁଛନ୍ତି । ଏମାନଙ୍କ ମଧ୍ୟରେ ୧୦ଟି ମାଈ ହାତୀ, ୭ଟି ଦନ୍ତାହାତୀ ଓ ୬ଟି ଛୁଆହାତୀ ଅଛନ୍ତି । ହାତୀପଲ ଚମ୍ପୁଆ ରେଞ୍ଜ ଅନ୍ତର୍ଗତ ବିଭିନ୍ନ ଅଂଚଳରେ ଧାନ ଫସଲ ନଷ୍ଟ କରିବା ସହ ଘରଦ୍ୱାର ଭାଙ୍ଗିଦେଇଛନ୍ତି । ଏହି ଅଂଚଳରେ ବ୍ୟାପକ ଧାନ ଫସଲ ଖାଇବା ସହ ଫସଲ ଗୋଡରେ ଦଳି ନଷ୍ଟ କରୁଛନ୍ତି । ଏଥିପାଇଁ ଲୋକେ ଆତଙ୍କରେ ଦିନ କାଟୁଛନ୍ତି । ହାତୀ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ୧୫ଟି ସ୍କାର୍ଡ ଗଠନ କରିବା ସହ ୧୫୦ କର୍ମଚାରୀଙ୍କୁ ନିୟୋଜିତ କରାଯାଇଛି । ରାତିରେ ଟର୍ଚ ଓ ମସାଲ, ଦିନରେ ବାଣ ଦ୍ୱାରା ହାତୀମାନଙ୍କୁ ସୁରକ୍ଷିତ ସ୍ଥାନକୁ ଘଉଡାଇବାକୁ ଉଦ୍ୟମ ଜାରି ରଖିଛି ବନ ବିଭାଗ ।

ସୂଚନାଯୋଗ୍ୟ ବାରମ୍ବାର ଏହି ଅଂଚଳରେ ହାତୀ ଉପଦ୍ରବ ଦେଖାଯାଉଛି । ହାତୀ ଆତଙ୍କରେ ଆତଙ୍କିତ ହୋଇପଡ଼ୁଛନ୍ତି ଲୋକେ । ଘରୁ ବାହାରିବା ମଧ୍ୟ କଷ୍ଟକର ହୋଇପଡ଼ିଲାଣି । ହାତୀମାନେ କେବେ ଫସଲ ନଷ୍ଟ କଲେଣି ତ ଆଉ କେତେବେଳ ଘରଦ୍ୱାରା ଭାଙ୍ଗିବା ସହ ଲୋକଙ୍କୁ ମଧ୍ୟ ମାରିଦେଉଛନ୍ତି ।