ଆଠଗଡ ବନଖଣ୍ଡର ସାରକୋଳି ଗାଁରେ ବଣୁଆ ହାତୀ ଆତଙ୍କ: ଲୋକଙ୍କୁ ଗୋଡାଇଲା ହାତୀ

29

କନକ ବ୍ୟୁରୋ : ଆଠଗଡ ବନଖଣ୍ଡ ଅଧୀନରେ ଥିବା ସାରକୋଳି ଗାଁରେ ବଣୁଆ ହାତୀଙ୍କ ଆତଙ୍କ । ଲୋକଙ୍କୁ ଗୋଡାଇଲା ହାତୀ । ଘଉଡାଇବା ବେଳେ ଲୋକଙ୍କ ଆଡକୁ ମାଡି ଆସିଥିଲେ ହାତୀ ପଳ । ଏଭଳି ଉପଦ୍ରବ ଦେଖି ଭୟଭୀତ ହୋଇପଡିଛନ୍ତି ଲୋକେ । ବଉଳ ସଂରକ୍ଷିତ ଜଙ୍ଗଲରୁ ୨୨ଟି ହାତୀ କିଛି ଦିନ ହେବ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳାଇ ଦେଇଛନ୍ତି । ଅପରାହ୍ନରେ ଜଙ୍ଗଲରୁ ବାହାରି ଜନବସତି ଆଡକୁ ଚାଲିଆସୁଛନ୍ତି । ସ୍ଥାନୀୟ ଗାଁ ଭିତରକୁ ପ୍ରବେଶ କରିବାକୁ ଉଦ୍ୟମ କରୁଥିବା ବେଳେ ଘଉଡାଇବା ପାଇଁ ଲାଗିପଡିଛନ୍ତି ସାରକୋଳି ଗ୍ରାମବାସୀ । ବନ ବିଭାଗ ମଧ୍ୟ ହାତୀ ଘଉଡେଇବାରେ ବିଫଳ ହୋଇଛି ।