ରାସ୍ତା ଓଗାଳିଲେ ହାତୀପଲ ! ଢେଙ୍କାନାଳ ରସାସିଂ ୫୫ ନମ୍ବର ଜାତୀୟ ରାଜପଥରେ ହାତୀ ଆତଙ୍କ

44

କନକ ବ୍ୟୁରୋ : ଢେଙ୍କାନାଳ ଜିଲ୍ଲାରେ ହାତୀ ଆତଙ୍କ । ହାତୀ ଆକ୍ରମଣରେ ଦୁଇଟି ସ୍ଥାନରେ ଦୁଇ ଜଣଙ୍କ ଜୀବନ ଯାଇଛି । ଢେଙ୍କାନାଳ ଜିଲ୍ଲାର ଚାଉଳିଆ ଓ ଦାମୋଦର ନାଳିରେ ହାତୀ ଆକ୍ରମଣରେ ଦୁଇ ଜଣ ପ୍ରାଣ ହରାଇଛନ୍ତି । ସେପଟେ ରସାସିଂ ୫୫ ନମ୍ବର ଜାତୀୟ ରାଜପଥ ନିକଟରେ ହାତୀ ପଲଙ୍କୁ ଦେଖିବାକୁ ମିଳିଛି । ସେଠାରେ ସେମାନେ ହାତୀ ଓଗାଳିଛନ୍ତି । ଏ ନେଇ ସ୍ଥାନୀୟ ଅଂଚଳରେ ଆତଙ୍କିତ ହୋଇ ପଡିଛନ୍ତି ଲୋକେ ।

ମିଳିଥିବା ସୂଚନା ଅନୁଯାୟୀ, ସଦର ବ୍ଲକ୍ ଚାଉଳିଆ ଖମାର ଗାଁର ଅଚ୍ୟୁତ ରାଉତ ଆଜି ଭୋରରୁ ବାଇଗଣ ତୋଳିବା ପାଇଁ ତାଙ୍କ ବାଇଗଣ କିଆରିକୁ ଯାଇଥିବା ବେଳେ ହାତୀ ପଲଙ୍କ ହାବୁଡ଼ରେ ପଡ଼ିଥିଲେ ।  ହାତୀ ପଲ ଶ୍ରୀ ରାଉତଙ୍କୁ ଟାଣି ନେଇ ତାଙ୍କ ମୁଣ୍ଡ ଉପରେ ପାଦ ଦେଇ ଦଳି ଦେଇଛି । ସେହିପରି ଦାମୋଦର ନାଳିର ନିରଞ୍ଜନ ମହାନ୍ତି(୭୨ ବର୍ଷ) ଶୌଚ ହେବା ପାଇଁ ସାଗରମଲକ୍ଲ ଫାର୍ମ ପଛପଟକୁ ଯାଇଥିବା ବେଳେ ହାତୀ ପଲ ତାଙ୍କ ମଧ୍ୟ ଦଳି ଦେଇଛନ୍ତି । ଉଭୟ ମୃତଦେହ ଉଦ୍ଧାର କରାଯାଇ ଡାକ୍ତରଖାନାରେ ବ୍ୟବଛେଦ ପାଇଁ ରଖାଯାଇଛି ।