ରାଜଧାନୀ ଉପକଣ୍ଠରେ ଜଙ୍ଗଲୀ ହାତୀର ଆତଙ୍କ : ଘଉଡାଇବାକୁ ପଦକ୍ଷେପ ନେଉ ନାହିଁ ବନ ବିଭାଗ

28

ଭୁବନେଶ୍ୱର : ଭୁବନେଶ୍ୱର ଉପକଣ୍ଠରେ ଜଙ୍ଗଲୀ ହାତୀ ଆତଙ୍କ । ଭରତପୁର ଅଂଚଳ ଅନ୍ଧାରୁଆ ଗାଁରେ ହାତୀ ଉପଦ୍ରବରେ ଲୋକେ ଆତଙ୍କିତ ହୋଇପଡିଛନ୍ତି । ଚନ୍ଦକା ଜଙ୍ଗଲରୁ ଆସୁଥିବା ବଣୁଆ ହାତୀ ୪ ଦିନ ଭିତରେ ମଇଁଷି ଫାର୍ମରେ ପଶି ଆକ୍ରମଣ କରିଛନ୍ତି । ପାଦରେ ଦଳି ଦେବାରୁ ମଇଁଷି ଗୁଡିକ ଗୁରୁତର ଆହତ ହୋଇଛନ୍ତି । ସେହିପରି ହାତୀ ଗାଁରେ ପଶି ଘରଦ୍ୱାର ଭାଙ୍ଗି ପକାଇଛନ୍ତି ।

ହାତୀଟି ହିଂସ୍ର ହେଉଥିବାରୁ ଲୋକେ ଭୟରେ ଜୀବନ ଅତିବାହିତ କରୁଛନ୍ତି । ବନ ବିଭାଗକୁ ଖବର ଦିଆଯାଇଥିଲେ ମଧ୍ୟ ହାତୀ ଘଉଡାଇବାକୁ କୈାଣସି ପଦକ୍ଷେପ ନିଆଯାଇନଥିବା ଅଭିଯୋଗ ହୋଇଛି । ଏସବୁ ହେବା ସତ୍ୱେ ନାଇଟ ପେଟ୍ରୋଲିଂ ହେଉନଥିବା ଅଭିଯୋଗ ହୋଇଛି । ଫଳରେ ଆତଙ୍କିତ ଲୋକେ ଗାଁ ଛାଡିବାକୁ ବସିଲେଣି ।

ଏହା ସହ ଦେଖନ୍ତୁ ଏହି ଭିଡିଓ :