ବେତନଟୀରେ ମାତିଲେ ଗଜରାଜ : ବ୍ୟାପକ ଫସଲ କରିଛନ୍ତି ନଷ୍ଟ

18

ବାରିପଦା : ବେତନଟୀରେ ହାତୀ ଉତ୍ପାତ । ସଂଧ୍ୟା ହେଲେ ରାତି ଗାଁ ଭିତରକୁ ପଶି ଆସୁଛନ୍ତି ହାତୀ ପଲ । ଦିନରେ କ୍ଷେତରେ ଧାନ ଫସଲ ନଷ୍ଟ କରୁଛନ୍ତି । ଜୀବନ ପ୍ରତି ବିପଦ ଅଶଙ୍କା କରି ଗ୍ରାମବାସୀ ମାନେ ଭୟଭୀତ ହୋଇ ପଡିଛନ୍ତି । ସେପଟେ ନୀଳଗିରିରେ ମଧ୍ୟ ସମାନ ଅବସ୍ଥା ।

ନୀଳଗିରିର ଗୋପାଳପୁର ଜଙ୍ଗଲକୁ ଝାWଖଣ୍ଡରୁ ପଶି ଆସିଛନ୍ତି ୭୦ରୁ ଅଧିକ ହାତୀ । ଏହି ହାତୀ ପଲ ଭିତରେ ରହିଛନ୍ତି ୧୫ରୁ ଅଧିକ ଛୋଟ ହାତୀ । ଏତେ ସଂଖ୍ୟାରେ ହାତୀ ପଶି ଆସିବାରୁ ଆଖପାଖ ଅଂଚଳବାସୀ ଆତଙ୍କିତ ହୋଇପଡିଛନ୍ତି ।

ତେବେ ହାତୀଙ୍କ ଉପରେ ନଜର ରଖିଛି ବନବିଭାଗ । ହାତୀଙ୍କୁ ଘଉଡାଇବା ପାଇଁ ବନ ବିଭାଗ ପକ୍ଷରୁ ୨ଟି ଟିମକୁ ନିୟୋଜିତ କରାଯାଇଥିବା କହିଛନ୍ତି ବନ ବିଭାଗ ଅଧିକାରୀ ।