ସହର ଭିତରେ ହାତୀ : ଝାରୁସୁଗୁଡାର କୁଲାବିରାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପଶିଆସିଲା ହାତୀ

26

କନକ ବ୍ୟୁରୋ : ସହର ଭିତରେ ପଶିଲା ହାତୀ । ଏଭଳି ଘଟଣା ଦେଖିବାକୁ ମିଳିଛି ଝାରୁସୁଗୁଡାର କୁଲାବିରାରେ । ଆଜି ସକାଳୁ କୁଲାବିରାରେ ଥିବା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ହାତୀ ପଶିଆସିଥିଲେ । ଏହାକୁ ନେଇ ସେଠାକାର ଲୋକେ ଆତଙ୍କିତ ହୋଇପଡିଥିଲେ । ଖବର ପାଇ ବନବିଭାଗର କର୍ମଚାରୀ ହାତୀଙ୍କୁ ଘଉଡାଇବାକୁ ଆସିଥିଲେ । ପରେ ହାତୀ ତୁରେଇକେଲା ଜଙ୍ଗଲକୁ ଚାଲିଯାଇଥିଲେ । ପୂର୍ବରୁ ବି ଏହି ଅଂଚଳରେ ହାତୀ ଉପଦ୍ରବ ଦେଖିବାକୁ ମିଳିଛି । ହାତୀଙ୍କ ଚଳପ୍ରଚଳ ଯୋଗୁଁ ଲୋକେ ଆତଙ୍କିତ ହୋଇପଡିଛନ୍ତି ।

ମିଳିଥିବା ସୂଚନା ଅନୁଯାୟୀ, ଆଜି ସକାଳ ପ୍ରାୟ ସାଢ଼େ ୭ଟା ବେଳେ କୁଲାବିରା ମେଡିକାଲ ସମ୍ମୁଖରେ ଏକ ହାତୀ ପହଞ୍ଚିଥିଲେ। ନିକଟସ୍ଥ ଜଙ୍ଗଲରୁ ଆସିଥିବା ଏହି ହାତୀ ପଲଙ୍କୁ ଦେଖି ଲୋକଙ୍କ ମଧ୍ୟରେ ଭାଳେଣି ପଡ଼ି ଯାଇଥିଲା। ତେବେ ହାତୀ ଥରେ ଆସିଥିବାରୁ ପୁଣି ଆସିପାରନ୍ତି ବୋଲି ଆଶଙ୍କା କରି ସେମାନଙ୍କୁ ଘଉଡ଼ାଇବା ପାଇଁ ବନବିଭାଗ ପଦକ୍ଷେପ ଗ୍ରହଣ କରୁ ବୋଲି ସ୍ଥାନୀୟ ଲୋକେ ଦାବି କରିଛନ୍ତି।